କରୋନା : ଗତ ୨୪ଘଣ୍ଟାରେ ରାଜ୍ୟରେ ୪୯,୦୪୯ କରୋନା ନମୁନା ପରୀକ୍ଷା

Advertisment
କରୋନା : ଗତ ୨୪ଘଣ୍ଟାରେ ରାଜ୍ୟରେ ୪୯,୦୪୯ କରୋନା ନମୁନା ପରୀକ୍ଷା

କନକ ବ୍ୟୁରୋ : ପୁଣି ୫୦ ହଜାରରୁ କମ୍ ହେଲା ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା । ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କରାଯାଉଥିବା ପରିଲକ୍ଷିତ ହୋଇଛି। କିନ୍ତୁ ଗତ ୨୪ଘଣ୍ଟାରେ ରାଜ୍ୟରେ ୪୯,୦୪୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି।

ଏଥିମଧ୍ୟରୁ ୭,୦୪୬ଟି ଆରଟିପିସିଆର ଏବଂ ୪୧,୯୩୬ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୬୭ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କୋଭିଡ୍‌ ନମୁନା ପରୀକ୍ଷା କରାଯାଉଥିବା ପରିଲକ୍ଷିତ ହେଉଥିବା ବେଳେ ପୂର୍ବ ଦିନ ୨୪ଘଣ୍ଟାରେ ରାଜ୍ୟରେ ୫୩,୫୩୪ କରୋନା ନମୁନା ପରୀକ୍ଷା କରାଯାଇଥିଲା ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିଲା।

ଏଥିମଧ୍ୟରୁ ୮,୯୧୭ଟି ଆରଟିପିସିଆର ଏବଂ ୪୩,୫୩୪ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୯୪ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe