କନକ ବ୍ୟୁରୋ : ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ମାମଲା କମ୍ ହୋଇଥାଇପାରେ । କିନ୍ତୁ କରୋନା କାଳରେ ଛୋଟ ପିଲାଙ୍କ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡ଼ିଛି । ନିକଟରେ ହୋଇଥିବା ସର୍ଭେକ୍ଷଣରୁ ଏନେଇ ସାଂଘାତିକ ତଥ୍ୟ ମିଳିଛି । ରାଜ୍ୟର ପ୍ରାୟ ୧୬ଟି ଜିଲ୍ଲାର ୮୪ଟି ବ୍ଲକରେ ୨ ହଜାର ୨୧୯ ସ୍କୁଲ ପିଲାଙ୍କ ଉପରେ ଏହି ସର୍ଭେକ୍ଷଣ କରିଥିଲା ଆତ୍ମଶକ୍ତି ଟ୍ରଷ୍ଟ । ଏଥିରୁ ଜଣାପଡ଼ିଛି ୭୩ ପ୍ରତିଶତ ସ୍କୁଲ ପିଲାଙ୍କ ମାନସିକ ସ୍ଥିତିରେ ଗଭୀର ପ୍ରଭାବ ପକାଇଛି କରୋନା କଟକଣା ।
ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବା ଓ ଘରୁ ବାହାରିବା ଉପରେ କଟକଣା ଫଳରେ ଛୋଟ ପିଲାମାନେ ଭୟ, ଆକ୍ରୋସ ଓ ମାନସୀକ ଚାପରେ ସମୟ ବିତାଉଛନ୍ତି । ଏପରିକି ସ୍କୂଲ ଯାଇନଥିବାରୁ ପିଲାଙ୍କ ଉପରେ ସାମାଜିକ ଚାପ ବି ପଡ଼ୁଛି ।
ଅନୁଧ୍ୟାନରୁ ଜଣାପଡ଼ିଛି...
- ୪୭ ଦଶମିକ ୩ ପ୍ରତିଶତ ପିଲା ଘର କାମରେ ପରିବାର ଲୋକଙ୍କୁ ସହଯୋଗ କରୁଛନ୍ତି
- ୯୪ ଦଶମିକ ୩ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ
- ୧୦ ଦଶମିକ ୨ ପ୍ରତିଶତ ପିଲା ଠିକ୍ ଭାବେ ଅନ୍ଲାଇନ୍ କ୍ଲାସ୍ କରୁଥିଲେ
- ୩୨ ଦଶମିକ ୨ ପ୍ରତିଶତ ପିଲା ଅନଲାଇନ୍ କ୍ଲାସରେ ପାଠ ବୁଝିପାରୁନାହାନ୍ତି
- ୧୭ ପ୍ରତିଶତ ପିଲା ଅନ୍ଲାଇନ୍ କ୍ଲାସକୁ ନେଇ ଅସନ୍ତୁଷ୍ଟ ଅଛନ୍ତି
- ୧୨ ଦଶମିକ ୮ ପ୍ରତିଶତ ପିଲା ଶିକ୍ଷକଙ୍କୁ ଠିକ୍ ଭାବେ ପ୍ରଶ୍ନ କରିପାରୁନାହାନ୍ତି
- ୧୪ ଦଶମିକ ୭ ପ୍ରତିଶତ ପିଲା ଅନଲାଇନ ପାଠପଢାର ଫର୍ମାଟ ପାଇଁ ପ୍ରସ୍ତୁତ ନୁହନ୍ତି