ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ : ଟଙ୍କା ଧରି ଯାଉଥିବା ବେଳେ ଧରିଲା ପୋଲିସ

164

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଧିକାରୀ । ଚଢାଉ ସମୟରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ଯାଉଥିବା ଗାଡିରୁ ନଗଦ ୨ଲକ୍ଷ ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ । ତେବେ ନଗଦ ଟଙ୍କାର ହିସାବ ଦେଇନପାରିବାରୁ ଭିଜିଲାନ୍ସ ଟିମ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏତେ ଟଙ୍କା ତାଙ୍କ ପାଖକୁ କେଉଁଠୁ ଆସିଲା, ଟଙ୍କା ନେଇ ସେ କୁଆଡେ ଯାଉଥିଲେ ଭଳି ପ୍ରଶ୍ନର ଉତର ଦେଇପାରିନଥିଲେ ଥାନା ଅଧିକାରୀ ବିନୋଦ ବିହାରୀ ନାୟକ । ବଙ୍ଗୋମୁଣ୍ଡାରୁ ଏକ କାରରେ ୨ଲକ୍ଷ ଟଙ୍କା ଧରି ସମ୍ବଲପୁର ଯାଉଥିବା ବେଳେ ବରଗଡ ଟୋଲଗେଟ ନିକଟରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉରେ ବରଗଡ, ବଲାଙ୍ଗିର, ସମ୍ବଲପୁର ଭିଜିଲାନ୍ସ ବିଭାଗର ଅଧିକାରୀ ସାମିଲ ହୋଇଥିଲେ ।