ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ନିଜ ଆଡୁ ମାମଲାରେ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ, ମାର୍ଚ୍ଚ ୩୦ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ।

131

କନକ ବ୍ୟୁରୋ: ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ । ଗଣାମାଧ୍ୟମରେ ବାହାରିଥିବା ଖବର ଆଧାରରେ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିଛନ୍ତି । ମାର୍ଚ୍ଚ ୩୦ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ । ସେ କହିଛନ୍ତି ଥାନାରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ ସଂପୂର୍ଣ୍ଣ ସମ୍ମାନ ଦିଆଯାଇଛି । କୌଣସି ଆଇନ୍ ଉଲଂଘନ କରାଯାଇନାହିଁ । ଥାନା ଭିତରେ ନାବାଳକ ଅଭିଯୁକ୍ତଙ୍କ ଉପରେ ଥାର୍ଡ ଡିଗ୍ରୀ କରାଯାଇନାହିଁ ।

ସେପଟେ ଏହି ମାମଲାକୁ ଗୁରୁତର ସହ ନେଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ଯାଇ ତଦନ୍ତ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଏକ ଚୋରୀ ଅଭିଯୋଗରେ ୪ ଜଣ ନାବାଳକଙ୍କୁ ଥାନାକୁ ଆଣିଥିଲା ପୁଲିସ । ଏବଂ ଥାନା ଭିତରେ ୩ ଦିନ ଧରି ଥାନାରେ ମାଡ ମାରିବା ସହ ଇଲେକ୍ଟ୍ରିକ୍ ସକ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।