ଓଡ଼ିଶାରେ ଚାଇନା ଟେକନୋଲୋଜି : କେନ୍ଦୁଝରରେ ଜ୍ୟାକରେ ଉଠିଲା ଘର; ବର୍ଷା ଦିନେ ପାଣିରେ ବୁଡ଼ି ଯାଉଥିଲା କଲୋନୀ

୧୧ ଶହ ବର୍ଗ ଫୁଟର ଘର ଉଠାଇବାକୁ ଲାଗିଲା ୧୮୦ଟି ଜ୍ୟାକ

404

କନକ ବ୍ୟୁରୋ : ୪ଫୁଟ ଉପରକୁୁ ଉଠିଲା ଘର । କଥାଟି ଅସମ୍ଭବ ମନେ ହେଉଥିଲେ ବି କେନ୍ଦୁଝରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମାଟି ଦବି ତଳୁଆ ହୋଇପଡିଥିବା ଘରକୁ ଜ୍ୟାକ ସାହାର୍ଯ୍ୟରେ ଉପରକୁ ଉଠାଯାଇଛି । ସୂଚନା ମୂତାବକ, କେନ୍ଦୁଝର ସ୍ପଞ୍ଜ କଲୋନୀର ବାସିନ୍ଦା ମହେଶ୍ୱର ନାୟକଙ୍କ ଘର ତଳକୁ ତଳ ଦବି ଯାଉଥିଲା । ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ବର୍ଷା ହେଲେ ପାଣିରେ ସମ୍ପୂର୍ଣ୍ଣ ଭାବେ କଲୋନୀଟି ବୁଡିଯାଏ ଆଉ ଘରେ ଘରେ ପାଣି ପଶିଯାଏ । ରାସ୍ତାର ଉଚ୍ଚତା ଅନୁସାରେ ଘରର ଉଚ୍ଚତା ବହୁ ତଳେ ରହିଥିବାରୁ ଏହି ଅସୁବିଧା ସୃଷ୍ଟି ହେଉଥିଲା ।

ତେବେ ୟୁଟ୍ୟୁବରୁ ଘରକୁ ଉଚ୍ଚସ୍ଥାନକୁ ଉଠାଇହେଉଥିବାର ଏକ ଭିଡିଓ ଦେଖିବା ପରେ ସେହି ସଂସ୍ଥା ସହ ଯୋଗାଯୋଗ କରିଥିଲେ ମହେଶ୍ୱରଙ୍କ ପୁଅ ମନୋଜ । ବିଭିନ୍ନ ସ୍ଥାନରେ ଏହି ସଂସ୍ଥା କାମ କରୁଥିବା ଦେଖିବା ପରେ ମନୋଜ ଏହି ସଂସ୍ଥାକୁ ନିଜ ଘରର କାମ ପାଇଁ ଦାୟିତ୍ୱ ଦେଇଥିଲେ । ୧୨ଜଣ କୁଶଳୀ ଶ୍ରମିକଙ୍କୁ ନେଇ କାମ ଆରମ୍ଭ ହୋଇଛି । ୧୧ଶହ ବର୍ଗଫୁଟର ଘରକୁ ଉପରକୁ ଉଠାଇବାକୁ ଲାଗିଛି ୧୮୦ଟି ଜ୍ୟାକ । ୪ଫୁଟ ଉପରକୁ ଉଠିବାକୁ ୧ମାସ ସମୟ ଲାଗୁଥିବାବେଳେ ୧୫ଦିନରେ ଘରଟି ୨ଫୁଟ ଉପରକୁ ଉଠି ସାରିଲାଣି । ଆଉ ୨ ଫୁଟ ଉପରକୁ ଉଠାଇବା କାମ ଜାରି ରହିଛି । ଏଥିପାଇଁ ପାଖାପାଖି ୧୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଘର ମାଲିକ କହିଛନ୍ତି ।