ନବୀନଙ୍କ ବଡ ଘୋଷଣା । ଓଡ଼ିଶାରେ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ, ଟ୍ରଫିର ଉନ୍ମୋଚନ କଲେ ନବୀନ ।

152

କନକ ବ୍ୟୁରୋ : ଓଡ଼ିଶାରେ ଖେଳାଯିବ ଜୁନିୟର ପୁରୁଷ ହକି ବିଶ୍ୱକପ । କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିୟର ପୁରୁଷ ହକି ବିଶ୍ୱକପ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ନବୀନ । ଏହାସହ ଜୁନିୟର ହକି ବିଶ୍ୱକପର ଟ୍ରଫି ଉନ୍ମୋଚନ କରିଛନ୍ତି ନବୀନ । ଆଗାମୀ ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ ଖେଳାଯିବ । ୨୪ ନଭେମ୍ବରରୁ ୫ ଡିସେମ୍ବର ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ ଖେଳାଯିବ । ତେବେ ଚଳିତଥର ହୋମଗ୍ରାଉଣ୍ଡରେ ଭାରତୀୟ ଦଳ ପ୍ରଦର୍ଶନ କରିବ ବୋଲି କହିଛନ୍ତି ନବୀନ ।

ଏହାସହ ନବୀନ କହିଛନ୍ତି, ଓଡ଼ିଶାର ଅନେକ ଖେଳାଳୀ ଟିମ୍ ଇଣ୍ଡିଆ ପାଇଁ ଖେଳି ରାଜ୍ୟକୁ ଗର୍ବିତ କରିଛନ୍ତି । ହକିକୁ ଆହୁରି ଆଗକୁ ନେବାକୁ ଓଡ଼ିଶା ଆଉ ୧୦ ବର୍ଷ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ । ଓଡ଼ିଶା ହକିକୁ ନୂଆ ପରିଚୟ ଦେଇଛି । ହକିର ଉନ୍ନତିି ପାଇଁ ସର୍ବଦା ପ୍ରୟାସ କରି ଆସିଛି ଓଡ଼ିଶା । ଯେଉଁଥିପାଇଁ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ସହ ହକି ବିଶ୍ୱକପର ଆୟୋଜନ କରିଛି ଓଡ଼ିଶା । ଏହାଛଡା ଏହି ପୁରୁଷ ଜୁନିୟର ହକି ବିଶ୍ୱକପ ପାଇଁ ମାତ୍ର ୨ ମାସ ସମୟ ମିଳିଥିଲା । ଆଉ କରୋନା କାଳରେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ଜୁନିୟର ହକି ବିଶ୍ୱକପ ଆୟୋଜନ କରିବା ପାଇଁ ସମ୍ମତି ଦେଇଥିଲା ଓଡ଼ିଶା ।

ଏହି କାର୍ଯ୍ୟକ୍ରମରେ ଏଫଆଇଏଚ ସଭାପତି ନରିନ୍ଦର ବାତ୍ରା କହିଛନ୍ତି, ଭାରତୀୟ ହକି ପାଇଁ ଓଡିଶା ହେଉଛି ଅତ୍ୟନ୍ତ ଶୁଭଙ୍କର । ଯେଉଁଥିପାଇଁ ୪୧ ବର୍ଷ ପରେ ଭାରତୀୟ ହକି ଟିମ ଅଲମ୍ପିକ୍ସରେ ପଦକ ବିଜେତା ହୋଇଛି ।