କନକ ବ୍ୟୁରୋ : ଓଡ଼ିଶାରେ ବିମଷ୍ଟେକ୍ ରାଷ୍ଟ୍ର ସମୁହର ମକ୍ ଡ଼୍ରିଲ । ଭୁବନେଶ୍ୱର ହୋଟେଲ ମେ ଫେୟାରରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଏକ୍ସରସାଇଜରେ ଏକାଠି ହୋଇଛନ୍ତି ଭାରତ ସମେତ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ନେପାଳ, ଭୁଟାନର ପ୍ରତିନିଧି । ୩ ଦିନ ଧରି ବିପର୍ଯ୍ୟୟ ପରିଚାଳନାର ଅଭ୍ୟାସ କରାଯିବ । ଏଥିରେ ବିଶ୍ୱ ଐତିହ୍ୟ ସ୍ଥଳର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଫନି ବାତ୍ୟାର ଅଭିଜ୍ଞତାକୁ ନେଇ ନ୍ୟାସନାଲ ଡ଼ିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ପକ୍ଷରୁ ମକ୍ରଡ଼ିଲ କରାଯାଇଛି । ବିପର୍ଯ୍ୟୟ ସମୟରେ ଐତିହ୍ୟ ସ୍ଥାନ ଗୁଡ଼ିକର କିଭଳି ସୁରକ୍ଷିତ ରଖାଯାଇ ପାରିବ ସେନେଇ ବିମଷ୍ଟେକରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଏନ୍ଡ଼ିଆରଏଫ ଡ଼ିଜି ।
ସେପଟେ ରାମଚଣ୍ଡୀ ନିକଟ କୁଶଭଦ୍ରା ନଦୀ ଓ ବଙ୍ଗୋପସାଗର କୂଳରେ ବିମଷ୍ଟେକ ଓ ଏନଡିଆରଏଫ ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମକ ଡ୍ରିଲ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଧନଜୀବନ ସୁରକ୍ଷିତ ରଖାଯାଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ବାଉଁଶରେ କୋଣାର୍କ ମନ୍ଦିର ନିର୍ମାଣ ହୋଇଛି । ୫ଟି ଗାଁ ମଧ୍ୟ କରାଯାଇଛି । ବନ୍ୟା, ବାତ୍ୟା ଓ ସୁନାମୀରେ ଫଶିଥିବା ଲୋକମାନଙ୍କୁ ଉଦ୍ଧାର କରିବେ ଯବାନ ।