ହନିଟ୍ରାପ୍ ପାଇଁ ଷଡଯନ୍ତ୍ର : ଅର୍ଚ୍ଚନା କରୁଥିଲା ଧନୀଙ୍କ ତାଲିକା; ଅନେକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିବା ଅଭିଯୋଗ

315

କନକ ବ୍ୟୁରୋ : ଅର୍ଚ୍ଚନାଙ୍କ କଳା କାରନାମାର ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । କନକ ନ୍ୟୁଜ୍ ହାତରେ ଲାଗିଛି ଖଣ୍ଡଗିରି ଥାନାରେ ଯୁବତୀ ଦେଇଥିବା ଏଫ୍ଆଇଆର କପି । କେମିତି ଅର୍ଚ୍ଚନାର ନାଗଫାଶରେ ଫସିଥିଲେ ଯୁବତୀ ତାର ପୂରା କାହାଣୀ କହିଛନ୍ତି । ଆଉ ଖୋଲିଛନ୍ତି ଅର୍ଚ୍ଚନାଙ୍କ ହନିଟ୍ରାପ୍ ସାମ୍ରାଜ୍ୟର ଅସଲ ସତ । କେବଳ ଏହି ଯୁବତୀ ନୁହନ୍ତି, ଏକାଧିକ ଯୁବତୀ ଅର୍ଚ୍ଚନାଙ୍କ ନାଗଫାଶରେ ଫସିଛନ୍ତି ।

– ଅନେକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ ଅର୍ଚ୍ଚନା
– ଅର୍ଚ୍ଚନାଙ୍କ ମୋବାଇଲରେ ରହିଥିଲା ଏକାଧିକ ଅଶ୍ଳୀଳ ଭିଡିଓ
– ବଡ଼ ବଡ଼ ବ୍ୟବସାୟୀ, ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ତିଆରି କରାଯାଇଥିଲା
– ତାଲିକା ତିଆରି କରୁଥିଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର
– ସେମାନଙ୍କ ସହ ଭିଡିଓ କଲ୍ କରନ୍ତି ଜଗବନ୍ଧୁ ଓ ଖଗେଶ୍ୱର
– ବଡ଼ ବଡ଼ ଲୋକଙ୍କୁ ଫସାଇ ଅଶ୍ଳୀଳ ଭିଡିଓ କରିଥାନ୍ତି
– ଅନେକ ଲୋକ ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ଘରକୁ ଯାଆନ୍ତି
– ଅର୍ଚ୍ଚନାଙ୍କୁ ମୋଟା ଅଙ୍କର ଟଙ୍କା ଦିଅନ୍ତି ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି
– ଘର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଭିଡିଓ କରି ଫସାଇବାକୁ କହିଥିଲେ ଅର୍ଚ୍ଚନା
– ପ୍ରମୋଦ ସ୍ୱାଇଁଠାରୁ ଟଙ୍କା ଆଦାୟ ପାଇଁ ଯୋଜନା କରାଯାଇଥିଲା
– ଲକଡାଉନରେ ଟଙ୍କାର ଲୋଭ ଦେଖାଇ ଭୁବନେଶ୍ୱର ଡକାଯାଇଥିଲା
– ନୂଆ ମୋବାଇଲ୍ ଫୋନ୍ ଯୁବତୀଙ୍କୁ ଦେଇଥିଲେ ଅର୍ଚ୍ଚନା
– ନୟାଗଡ଼ର ଜଣେ ବ୍ୟବସାୟୀଙ୍କୁ ହନିଟ୍ରାପ୍ରେ ଫସାଇଥିଲା
– ଅର୍ଚ୍ଚନାଙ୍କ ମୋବାଇଲ୍ରେ ଅନେକ ଲୋକଙ୍କ ଅଶ୍ଳୀଳ ଭିଡିଓ ରହିଛି
– ଅର୍ଚ୍ଚନା ନିଜେ ମଧ୍ୟ ଦେହ ବ୍ୟବସାୟରେ ସଂପୃକ୍ତ ଥିଲେ
– ତାଙ୍କର ଅନେକ ସହଯୋଗୀ ମଧ୍ୟ ରହିଛନ୍ତି
– ସ୍ୱାମୀ ଜଗବନ୍ଧୁ ଓ ଖଗେଶ୍ୱର ଥିଲେ ଦେହ ବ୍ୟବସାୟ ପଛର ମାଷ୍ଟର ମାଇଣ୍ଡ