ଶଙ୍କରାଚାର୍ଯ୍ୟଙ୍କ ହାତକୁ ଗଲା ପୁରୀ ଗୋବର୍ଦ୍ଧନ ପୀଠ: ଏଣିକି ମଠର ପରିଚାଳନା ବୁଝିବେ ଜଗତଗୁରୁ

ବିଧାନସଭାରେ ପାରିତ ହେଲା ହିନ୍ଦୁ ଦେବୋତର ସଂଶୋଧନ ବିଲ୍; ବିଲକୁ ନେଇ ନରସିଂହ-ପ୍ରତାପ ମୁହାଁମୁହିଁ

313

କନକ ବ୍ୟୁରୋ: ଓଡିଶା ହିନ୍ଦୁ ଦେବୋତର ସଂଶୋଧନ ବିଲ୍ -୨୦୧୯ ଗୃହରେ ପାରିତ ହୋଇଛି । ଏଣିକି ଦେବୋତର କମିଶନଙ୍କ ନିୟନ୍ତ୍ରଣରେ ରହିବନି ପୁରୀ ଗୋବର୍ଦ୍ଧନ ପୀଠ । ଏହାର ପରିଚାଳନା ଦାୟିତ୍ୱ ଶଙ୍କରାଚାର୍ଯ୍ୟଙ୍କ ହାତରେ ରହିବ । ସେପଟେ ବିଲ୍ ପାସ୍ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ଏକ ଅର୍ଥ ବିଲ୍ ହୋଇଥିବାରୁ ରାଜ୍ୟପାଳଙ୍କ ଅନୁମୋଦନ ଦରକାର । ନଚେତ୍ ଏହା ଆଲୋଚନା ହୋଇପାରିବ ନାହିଁ ।

ମଠ ଗୁଡିକ ଆଇନ୍ ଅନୁଯାୟୀ ଆକାଉଂଟ୍ ଡିଟେଲ ଦେବା ଆବଶ୍ୟକ ଓ ଆୟର ୫ ପ୍ରତିଶତ ସରକାରଙ୍କୁ ଦେବା କଥା, କିନ୍ତୁ କେହି ଦେଉ ନାହାଁନ୍ତି । ଶଙ୍କରାଚାର୍ଯ୍ୟ ଆଫିଡେଭିଟ୍ ଅନୁଯାୟୀ କାମ କରୁନାହାଁନ୍ତି ବୋଲି ମତ ରଖିଛନ୍ତି ନରସିଂହ । ସେପଟେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏହା କୌଣସି ଅର୍ଥ ବିଲ୍ ନୁହେଁ, ତେଣୁ ରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ନାହିଁ । ଗୋବର୍ଦ୍ଧନ ମଠ ସରକାରଙ୍କ ନୀତି ନିୟମରେ ପରିଚାଳିତ ହେବ । କିନ୍ତୁ ପୂର୍ବଭଳି ଦେବୋତର ବିଭାଗକୁ ଆଉ ହିସାବ ଦେବେ ନାହିଁ । ସରକାରୀ ନୀତି ନିିୟମ ଲାଗୁ ହେବ କିନ୍ତୁ ପରିଚାଳନା କରିବେ ଶଙ୍କରାଚାର୍ଯ୍ୟ ।