ଅନ୍ୟ ଜାତିରେ ବିବାହ କଲେ ଦମ୍ପତିଙ୍କୁ ମିଳିବ ଏକ ଲକ୍ଷ ଟଙ୍କା !

141

କନକ ବ୍ୟୁରୋ : ଅନ୍ୟଜାତିରେ ବାହା ହେଲେ ଯୁବକଯୁବତୀଙ୍କୁ ମିଳିବ ଲକ୍ଷେ ଟଙ୍କାର ପ୍ରୋତ୍ସାହନ ରାଶି । ୫୦ ହଜାର ଟଙ୍କା ଥିବା ଏହି ପ୍ରେତ୍ସାହନ ରାଶିକୁ ଆଜି ଦୁଇ ଗୁଣା କରିଛନ୍ତି ସରକାର । ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଏନେଇ ସୂଚନା ଦେଇଛନ୍ତି । ଜାତିଆଣ ଭେଦାଭାବ ରୋକିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

୨୦୦୭ରେ ରାଜ୍ୟ ସରକାର ଏଭଳି ବିବାହ ପାଇଁ ପ୍ରୋତ୍ସାହନ ରାଶିକୁ ୧୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶସ୍ତ୍ରୀକରଣ ମନ୍ତ୍ରଣାଳୟ ଏଭଳି ବିବାହ ପାଇଁ ଡାକ୍ତର ଆମ୍ବେଦକର ଯୋଜନାରେ ବିବାହ ପିଛା ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିଥା’ନ୍ତି ।

ଯେତେବେଳେ ଉଚ୍ଚ ଜାତିର ପୁଅ ନିଚ୍ଚ ଜାତିରେ ବିବାହ ହୁଏ, ବାସନ୍ଦର ସାମ୍ନା କରିବାକୁ ହୁଏ । ଦୀର୍ଘ ଦିନ ଧରି ସାମାଜିକ ଜୀନବର ଏହି ପ୍ରାଚୀରକୁ ହଟାଇବା ପାଇଁ ଉଦ୍ୟମ ହୋଇଛି, କିନ୍ତୁ ଫଳ କିଛି ହୋଇ ନାହିଁ । ଏବେ ପ୍ରଶ୍ନ ଉଠୁଛି ଏହି ଲକ୍ଷେ ଟଙ୍କାର ପୁରସ୍କାର ଏଦିଗରେ କେତେ ସହାୟକ ହୋଇପାରିବ ? ସ୍ୱାଭାବିକ ଭାବରେ, ଯୋଗ୍ୟତା ଭିତ୍ତିରେ ଗୋଟିଏ ଉଚ୍ଚ ଜାତିର ପୁଅ, ନିଚ୍ଚ ଜାତିର ବିବାହ କରିବା ବୋଧହୁଏ ଅସଂଭବ । ସେତିକି ବେଳେ ଲକ୍ଷେ ଟଙ୍କାର ପୁରସ୍କାର କି ପ୍ରକାର ସହାୟତା ଦେବ , ଏହା ଆଲୋଚନାର ବିଷୟ ସାଜିଛି ।