ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ! ଜାଣନ୍ତୁ କେଉଁ ଦିନ ଅଛି କେଉଁ ପରୀକ୍ଷା

1,481

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାନେ ଏକାସାଙ୍ଗରେ ପରୀକ୍ଷା ଦେବେ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନା ଆରା ବେଗମ୍ ସୂଚନା ଦେଇଛନ୍ତି । ୩ୟ ଭାଷା ହିନ୍ଦୀ ଓ ସଂସ୍କୃତ  ପରୀକ୍ଷା ଅଲଗା ଅଲଗା ଦିନରେ ହେବ ବୋଲି ସୂଚନା ଦେଇଛନ୍ତି ସଭାପତି । ମଧ୍ୟମା ଓ ମୁକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ମଧ୍ୟ ଫେବ୍ରୁଆରୀ ୨୨ରୁ ଆରମ୍ଭ ହେବ ।

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୧.୩୦ ପର୍ଯ୍ୟନ୍ତ ଚାଲିବ । ତେବେ ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଭାପତି ।  ଛାତ୍ରଛାତ୍ରୀ ମାନେ ୪ଟି ସମାନ୍ତର ପ୍ରଶ୍ନ ସେଟରେ ପରୀକ୍ଷା ଦେବେ । ଏହାଛଡା ବିନା ଜରିମାନାରେ ଫର୍ମ ପୂରଣର ଅବଧି ୨ ଦିନ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ୧୫ ତାରିଖ ରାତି ୧୧ଟା ୪୫ ମିନିଟ ମଧ୍ୟରେ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।


ଛାତ୍ର ଜୀବନର ସବୁଠୁ ବଡ ପରୀକ୍ଷା ହେଉଛି ମାଟ୍ରିକ ପରୀକ୍ଷା । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏହି ପରୀକ୍ଷାକୁ ବେଶ ଗୁରୁତର ସହ ନେଇଥାନ୍ତି । କିନ୍ତୁ ସବୁଠୁ ବଡ ସମସ୍ୟା ହେଉଛି,ମାଟ୍ରକି ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ଅନ୍ୟପଟେ ପାଠ୍ୟକ୍ରମ ଠିକ୍ ସମୟରେ ସରିବ କି ନାହିଁ ତାହା ମଧ୍ୟ ସବୁଠୁ ବଡ ପ୍ରଶ୍ନବାଚୀ । କାରଣ ବିଭିନ୍ନ ଦାବି ନେଇ ଶିକ୍ଷକ ମାନେ ଯେଉଁଭଳି ଆନ୍ଦୋଳନକୁ ଓହ୍ଲାଉଛନ୍ତି ତାହା ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି କରୁଛି ।