ଦୀପାବଳିରେ ଫୁଟିବ ସବୁଜ ବାଣ । ରାତି ୮ଟାରୁ ୧୦ଟା ଭିତରେ ଫୁଟାଇପାରିବେ ଲୋକେ ।

214

କନକ ବ୍ୟୁରୋ : ଦୀପାବଳୀରେ ଫୁଟିବ ସବୁଜ ବାଣ । ଭାରତ ସରକାରଙ୍କ ବିଭାଗ, ‘ପେଟ୍ରୋଲିୟମ ଏକ୍ସପ୍ଲୋସିଭ ସେଫଟି ଅର୍ଗନାଇଜେସନ’ ଦ୍ୱାରା ଅନୁମତି ପ୍ରାପ୍ତ ବାଣ ବା ସବୁଜ ବାଣ ଫୁଟାଇବାକୁ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତିି । ତେବେ ସର୍ତ୍ତ ରଖିଛନ୍ତି ଯେ ରାତି ୮ଟାରୁ କେବଳ ରାତି ୧୦ଟା ଯାଏଁ ଏହି ସବୁଜ ବାଣ ଫୁଟାଯାଇପାରିବ । ଦୀପାବଳୀରେ ବାଣ ବିକ୍ରି ଓ ବାଣ ଫୁଟାଇବା କଟକଣାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ତେବେ ରାଜ୍ୟ ସରକାର ଏନେଇ ବିସ୍ତୃତ ଗାଇଡଲାଇନ୍ ଜାରି କରିବେ ।

ଦୀପାବଳିରେ ଫୁଟିବ ଗ୍ରୀନ କ୍ରାକର । ଗ୍ରୀନ କ୍ରାକର ବା ସବୁଜ ବାଣକୁ ଅନୁମତି ଦେଲେ ହାଇକୋର୍ଟ । ଦୀପାବଳି ପାଇଁ ସରକାରଙ୍କ ଗାଇଡଲାଇନକୁ ଅପେକ୍ଷା । ଯଦି ଦୀପାବଳିରେ ବାଣ ଫୁଟିବ, ତେବେ କେବଳ ଗ୍ରୀନ କ୍ରାକର । ଏନେଇ ଅନୁମତି ଦେଇଛନ୍ତି ହାଇକୋର୍ଟ । ପେଟ୍ରୋଲିୟମ ଏକ୍ସପ୍ଲୋସିଭ ସେଫଟି ଅର୍ଗାଇନାଇଜେସନ ବା ପିଇଏସଓ ଦ୍ୱାରା ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ମଞ୍ଜୁରୀ ମିଳିଛି । ବାଣ ଫୁଟାଇବା ଏବଂ ବାଣ ବିକ୍ରି ନେଇ ହାଇକୋର୍ଟରେ ମାମଲା ହୋଇଥିଲା । ତେବେ ଏଥର ଦୀପାବଳିରେ ବାଣ ଫୁଟିବ କି ନାହିଁ, ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ହାଇକୋର୍ଟ ।

୨୦୧୭ରେ ସୁପ୍ରିମକୋର୍ଟ, ଫାୟାର ୱାର୍କସ୍ ବା ସମସ୍ତ ପ୍ରକାର ବାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେବେ ପରେ ଏ ନେଇ ନିୟମକୁ କୋହଳ କରିଥିଲେ ସୁପ୍ରିମକୋର୍ଟ । ପର୍ବପର୍ବାଣୀରେ ଅଳ୍ପ ପରିମାଣର ଗ୍ରୀନ କ୍ରାକର ଅର୍ଥାତ୍ କମ୍ ଧୂଆଁ ସୃଷ୍ଟି କରୁଥିବା ବାଣ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।

ଏହି ସବୁଜ ବାଣକୁ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଏବଂ ନ୍ୟାସନାଲ ଏନଭର୍ନମେଣ୍ଟାଲ ଇଂଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମିଳିତ ଭାବେ ବିକଶିତ କରିଛନ୍ତି ।

ନଜର ପକାନ୍ତୁ କ’ଣ ଏହି ଗ୍ରୀନ କ୍ରାକର ?
ଗ୍ରୀନ୍ କ୍ରାକର ହେଉଛି କମ୍ ଧୂଆଁ ବାହାରୁଥିବା ବାଣ
ସାଧାରଣ ବାଣ ଠାରୁ ଏହାର ଆକାର ଛୋଟ
ଏଥିରେ କମ୍ କ୍ଷତିକାରକ ପଦାର୍ଥ ରହିଥାଏ
ଲିଥିୟମ, ଆର୍ସେନିକ୍, ବେରିୟମ୍ ଏବଂ ଶିସା ଭଳି ହାନିକାରକ ପଦାର୍ଥ ନଥାଏ
ଏଥିରେ ଜଳୀୟ କଣା ଭରି ରହିଥାଏ 
ଫଳରେ ଧୂଳି ଉପରକୁ ଉଠିନଥାଏ
ବାଣ ଫୁଟାଇବା ବେଳେ ଧୁଆଁ କମ୍ ବାହାରିଥାଏ
ଶବ୍ଦ ମଧ୍ୟ କମ୍ ହୋଇଥାଏ
ପ୍ରଦୂଷଣ କମ୍ କରିଥାଏ ଗ୍ରୀନ୍ କ୍ରାକର

ରାଜ୍ୟ ସରକାର ନଭେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଦୀପାବଳି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଆସିବ ବୋଲି ସୂଚନା ଦିଆଯାଇଛି । ତେଣୁ ରାଜ୍ୟ ସରକାରଙ୍କ ବିସ୍ତୃତ ଗାଇଡଲାଇନକୁ ଅପେକ୍ଷା କରାଯାଇଛି ।