କନକ ବ୍ୟୁରୋ : ଓଡିଶା ହାଇକୋର୍ଟ ପ୍ରଥମଥର ପାଇଁ କୌଣସି ଏକ ମାମଲାର ବିଚାର କରି ଦୋଷୀଙ୍କୁ ଗଛ ଲଗାଇବା ଭଳି ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜମି ଜମା ମାମଲାରେ ଅତିକ୍ରମଣକୁ ନେଇ ବିଚିତ୍ର ନିୟମ ଲାଗୁ କରିଥିବା କାକଟପୁର ତହସିଲଦାରଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରିଛନ୍ତି ହାଇକୋର୍ଟ ।
ସୂଚନା ମୁତାବକ ଜଣେ ମହିଳା ଏକ ଜମି ଜମା ମାମଲା ନେଇ ତହସିଲଦାରଙ୍କ ନିକଟକୁ ଯାଇଥିଲେ । ହେଲେ ତହସିଲଦାର ସଂପୃକ୍ତ ମହିଳାଙ୍କ ଅଭିଯୋଗ ନଶୁଣି ଏହି ମାମଲା ଉପରେ ନିଷ୍ପତ୍ତି ନେଇଯାଇଥିଲେ । ଏହାକୁ ନେଇ ମହିଳା ଜଣଙ୍କ ହାଇକୋର୍ଟରେ ଏକ ଆବେଦନ କରିଥିଲେ । ଏହି ଆବେଦନର ଶୁଣାଣି କରି ଆଜି ଓଡିଶା ହାଇକୋର୍ଟ ତହସିଲଦାରଙ୍କୁ ଦଣ୍ଡ ବିଧାନ କରିଛନ୍ତି । ହାଇକୋର୍ଟ କହିଛନ୍ତି କି ଏହି ଦଣ୍ଡ ବାବଦରେ ତହସିଲଦାର ୫୦ ଟି ଚାରା ରୋପଣ କରି ତାର ଯତ୍ନ ନେବେ ।