କୋଭିଡ୍ ମୃତ୍ୟୁକୁ : ରାଜ୍ୟ ସରକାଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଲେ ହାଇକୋର୍ଟ

 କହିଲେ, କେଉଁ ସମୟରେ ହୋଇଛି ମୃତ୍ୟୁ, ସଂଖ୍ୟା କେତେ, ହେଉନାହିଁ ସ୍ପଷ୍ଟ; ଯଥେଷ୍ଟ ନୁହେଁ ଦିଆଯାଇଥିବା ରିପୋର୍ଟ, ଅକ୍ଟୋବର ୭ରେ ପରବର୍ତ୍ତୀ ଶୁଣାଣି  

55

କୋଭିଡ୍ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ଦିଆଯାଇଥିବା ରିପୋର୍ଟରେ ମୃତକଙ୍କ ସଂଖ୍ୟା କେବେଠାରୁ ହିସାବକୁ ନିଆଯାଇ ଉଲେଖ କରାଯାଇଛି ତାହା ସ୍ପଷ୍ଟ ଜଣାପଡୁ ନାହିଁ । କେଉଁ ସମୟରେ ମୃତ୍ୟୁ ହୋଇଛି, ମୃତକଙ୍କ ସଂଖ୍ୟା କେତେ, ରାଜ୍ୟ ସରକାର ଦେଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇନାହିଁ  । ଯେଉଁ ରିପୋର୍ଟ ଦିଆଯାଇଛି ତାହା ଜାଣିବା ପାଇଁ ଯଥେଷ୍ଟ ନୁହେଁ  । ତେଣୁ କୋଭିଡ୍ ମୃତ୍ୟୁକୁ ନେଇ ରାଜ୍ୟ ସରକାର ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅକ୍ଟୋବର ୭ରେ ପରବର୍ତ୍ତୀ ଶୁଣାଣି ହେବ ।

ଗତ ଜୁଲାଇ ୧୫ ତାରିଖ ସୁଦ୍ଧା ରାଜ୍ୟରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ୯୨୫ ଥିଲା । କିନ୍ତୁ ଏହାର ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୨୨ ହୋଇଛି । ମାତ୍ର ଦେଢ଼ ମାସ ମଧ୍ୟରେ କରୋନା ମୃତକଙ୍କ ସଂଖ୍ୟା ଏତେ କିପରି ବଢ଼ିଲା, ସେନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ କିଛି ସ୍ପଷ୍ଟ କରାଯାଇନି । ଏଭଳି ରିପୋର୍ଟକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବଂ ବିସ୍ତୃତ ଭାବରେ ସାନି ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଅଧିକାରୀ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ରିପୋର୍ଟରେ ବିରାଟ ପାର୍ଥକ୍ୟ ପରିଲକ୍ଷିିତ ହୋଇଥିଲା । ଏହି ରିପୋର୍ଟକୁ ଆଧାର କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ରାଜ୍ୟ ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି, ବୋଲି ଅଭିଯୋଗ ହୋଇଥିଲା ।