କନକ ବ୍ୟୁରୋ : ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ଜାନୁଆରୀ ୧୨ ତାରିଖରୁ ଏପର୍ଯ୍ୟନ୍ତ ଦୈନିକ ସଂକ୍ରମଣ କମିବାରେ ଲାଗିଛି । ଯଦି ଏହି ଧାରା ଆଉ କିଛି ଦିନ ଯାଏ ଜାରି ରହେ, ତେବେ ଆମେ କହିପାରିବା ରାଜ୍ୟରେ ସଂକ୍ରମଣ ପିକ୍ ଅତିକ୍ରମ କରିସାରିଛି । ଯାହା ରାଜ୍ୟ ପାଇଁ ଏକ ଆଶ୍ୱସ୍ତିକର ଖବର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Advertisment

ଯଦି ଏହା ଭିତରେ ସଂକ୍ରମଣ ପୁଣି ବଢେ ତାହେଲେ ଏହା ଭୁଲ ଆକଳନ ହୋଇପାରେ । ସଂକ୍ରମଣ ସବୁ ଜିଲ୍ଲାରେ ଅଛି । କେବଳ ସହର ନୁହେଁ ଗାଁରେ ମଧ୍ୟ ସଂକ୍ରମଣ ରହିଛି । ଲୋକଙ୍କ ବ୍ୟବହାରରେ ଯେପରି ସଂକ୍ରମଣ ନ ବଢୁ ସେନେଇ ସଚେତନ ହେବା ଆବଶ୍ୟକ । ରାଜ୍ୟରେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ୬ରୁ ୭ ଭିତରେ ରହୁଛି । ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।