କରୋନା ନେଇ ସ୍ୱାସ୍ଥ୍ୟ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ, ସ୍ୱତନ୍ତ୍ର ହସ୍ପିଟାଲରେ କରାଯାଉଛି କରୋନା ରୋଗୀଙ୍କ ଚିକିତ୍ସା; ବିନା ଦ୍ୱିଧାରେ ଅନ୍ୟ ହସ୍ପିଟାଲକୁ ଯାଇପାରିବେ ରୋଗୀ

425

କନକ ବ୍ୟୁରୋ: କଟକ ବଡ ମେଡିକାଲ ତଥା ଏସସିବିରେ ନାହାନ୍ତି କୌଣସି ବି କୋଭିଡ୍ ପେସେଂଟ । ଏପରିକି ସିଟି ହସ୍ପିଟାଲମାନଙ୍କରେ ମଧ୍ୟ କୌଣସି କନଫର୍ମ କୋଭିଡ୍ କେସ୍ ନାହାନ୍ତି ବା ରାଜ୍ୟର କୌଣସି ବି ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜରେ କୋଭିଡ କେସ୍ ନଥିବା ସହ ଲୋକମାନେ ବିନା ଦ୍ୱିଧାରେ ଏଠାକୁ ନିଜ ଚିକିତ୍ସା ପାଇଁ ଆସିପାରିବେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳ । ତେବେ କେବଳ କ୍ୟାପିଟାଲ ହସ୍ପିଟାଲରେ ଜଣେ କୋଭିଡ ନେଗେଟିଭ ୁପେସେଂଟ ଅଛନ୍ତି । ତାଙ୍କୁ ବହୁତ ଷ୍ଟିଟ୍ ଆଇସୋଲେସନରେ ରଖାଯାଇଛି ଏବଂ ତାଙ୍କର ରିସେଂଟ ସାଂପୁଲ ନେଗେଟିଭ୍ ଆସିଛି । ତେଣୁ ୨୪ ଘଂଟା ଭିତରେ ତାଙ୍କର ଦ୍ୱିତୀୟ ସାଂପୂଲ ନେଗେଟିଭ୍ ଆସିଲେ ତାଙ୍କୁ ମେଡିକାଲରୁ ଡିସଟାର୍ଜ କରିଦିଆଯିବ ବୋଲି ଆଜି ମଧ୍ୟାହ୍ନରେ ସାମ୍ବାଦିକ ସମ୍ମିଳୀନରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳ ।

କରୋନାକୁ ନେଇ ଆଜି ସ୍ୱାସ୍ଥ୍ୟ ସଚିବ ଶ୍ରୀ ଧଳ  ଓ ଡିଏମଇଟି ଡା.ସିବିକେ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାସ୍ଥ୍ୟ ସେବାରେ ନର୍ସ ଓ ଧାଈଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେମାନେ କହିଛନ୍ତି ।

କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କେବଳ କୋଭିଡ-୧୯ ହସ୍ପିଟାଲରେ କରାଯିବ । ଏହି ସୂଚନା ଦେଇଛନ୍ତି, ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, କରୋନା ରୋଗୀଙ୍କୁ ସମ, ଏମ୍ସ ଓ ଅଶ୍ୱିନୀ ଭଳି ୭ଟି ହସପିଟାଲରେ ଚିକିତ୍ସା କରାଯାଉଛି । ତେଣୁ କରୋନା ଲକ୍ଷଣ ଦେଖା ଦେଲେ କୋଭିଡ-ହସ୍ପିଟାଲ ଘୋଷଣା ହୋଇନଥିବା ମେଡିକାଲକୁ ଚିକିତ୍ସା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ରୋଗୀଙ୍କୁ ରାଜ୍ୟର ଅନ୍ୟ ମେଡିକାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କରୋନା ରୋଗ ଜଣକଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ କରୋନା ସଂକ୍ରମିତଙ୍କଠାରୁ ଦୁରେଇ ରହିବା ସହ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯାଉଛି । ତେଣୁ କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଅପିଲ କରିଛନ୍ତି ଡିଏମଇଟି ସିବିକେ ମହାନ୍ତି ।