ଆଜି ୧୮୦୦ ସେସନ ଚାଲିଛି ଟିକାକରଣ : ୪ ଲକ୍ଷରୁ ଅଧିକ ଟିକାକରଣ ଲକ୍ଷ୍ୟ ରଖାଯାଇଛି

46

କନକ ବ୍ୟୁରୋ : ଗତକାଲି ୪ ଲକ୍ଷ ୫ ହଜାର କରୋନା ଡୋଜ ଦିଆହୋଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦ୍ଵିତୀୟ ଡୋଜଜୁ ମିଶାଇ ଏଯାବତ୍ ୨ କୋଟି ୮୭ ଲକ୍ଷ ଡୋଜ ଦିଆସରିଛି । ସେଥିରୁ ୨ କୋଟି ୧୦ ଲକ୍ଷ ପ୍ରଥମ ଡୋଜ ଓ ୭୭ ଲକ୍ଷ ଦ୍ଵିତୀୟ ଡୋଜ ଦିଆହୋଇଛି । ୬୭ ପ୍ରତିଶତ ଲୋକ ପ୍ରଥମ ଡୋଜ ପାଇଛନ୍ତି । ଯେତିକି ଟିକାକରଣ ବାକି ଅଛି, ସେଥିରୁ ୭୨ ପ୍ରତିଶତ ଦ୍ଵିତୀୟ ଡୋଜ ପାଇସାରିଲେଣି । ଯେଉଁମାନେ ଟିକା ପାଇନାହାନ୍ତି, ସେମାନଙ୍କ ଜିଲ୍ଲାସ୍ତରୀୟ ତାଲିକା ପ୍ରସ୍ତୁତ କରାଯାଇଛି । ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବେ।

ଆଜି ୧୮୦୦ ଟିକାକରଣ ସେସନ ଚାଲିଛି । ଆଜି ୪ ଲକ୍ଷରୁ ଅଧିକ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଟିକା ବି ପର୍ଯ୍ୟାପ୍ତ ମହଜୁଦ ଅଛି । କେବଳ ଆଦିବାସୀ ଅଞ୍ଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି । ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ ୩ ମାସ ସମୟ ରହୁଛି, ସେମାନେ ଅନ୍ୟ କାମରେ ବ୍ୟସ୍ତ ରହି ଟିକା ନେବାକୁ ଭୁଲି ଯାଉଛନ୍ତି । ସେମାନଙ୍କୁ ଟିକା ନେବା ପାଇଁ ଏସଏମଏସ୍ ପଠାଯାଉଛି । ବାକି ଥିବା ୨୮ ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖ ଯୋଦ୍ଧା ଯାଇ ଟିକାକରଣ କେନ୍ଦ୍ରକୁ ଆଣିବେ ।