ହାଇକୋର୍ଟରେ ୨୦୦୬ ଓଏଏସ ନିଯୁକ୍ତି ମାମଲା : ୩୭୮ ଜଣ ଓଏଏସ ଅଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି

90

କନକ ବ୍ୟୁରୋ : ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୨୦୦୬ ଓଏଏସ ନିଯୁକ୍ତି ବିବାଦ ମାମଲାର ଆଜି ଶୁଣାଣି କରିଛନ୍ତି । ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ୩୭୮ ଟି ଓଏଏସ ପଦବୀ ନିଯୁକ୍ତିକୁ ନେଇ ଉପୁଜିଥିବା ବିବାଦର ଶୁଣାଣି ବେଳେ ଏଭଳି ପଦକ୍ଷେପ ନିଆଯାଇଛି । ସୂଚନା ଅନୁଯାୟୀ ୨୦୦୬ରେ ଓଏଏସ ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ ସ୍ୟାଟ । ସ୍ୟାଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଥିଲା ମାମଲା। ପ୍ରଥମେ ସ୍ୟାଟ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଆଜି ମାମଲାର ରାୟ ପ୍ରକାଶ ପାଇଛି । ଏହାର ଶୁଣାଣି କରି ଉଚ୍ଚନ୍ୟାୟାଳୟ ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିବା ସହ ୩୭୮ ପଦକୁ ବୈଧ ଘୋଷଣା କରିଛନ୍ତି ।