କନକ ବ୍ୟୁରୋ : ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଛି । ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହଁ ବୋଲି କହିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ଏହି ମାମଲାର ତଦନ୍ତ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ସେହି ସଂସ୍ଥା ତଦନ୍ତ କରିବା ବେଆଇନ । ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପିତାମ୍ୱର ଆଚାର୍ଯ୍ୟ ଏନେଇ ସୂଚନା ଦେଇ କହିଛନ୍ତି ଏହି ମାମଲା ମୁଖ୍ୟ ବିଚାରପତି ଜଷ୍ଟିସ ମୁରଲିଧର ଏବଂ ଜଷ୍ଟିସ୍ ବିଶ୍ୱନାଥଙ୍କ ୨ ଜଣିଆ ଖଣ୍ଡପୀଠରେ ଦୁଇ ଘଂଟାରୁ ଅଧିକ ସମୟ ଧରି ଶୁଣାଣି ହୋଇଥିଲା ।
ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲା: ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ; ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହଁ କହିଲେ ଉଚ୍ଚ ନ୍ୟାୟାଳୟ
/kanak/media/post_attachments/wp-content/uploads/2021/02/ngnj.png)