କନକ ବ୍ୟୁରୋ : ଶିଶୁମାନଙ୍କ ସଂପୂର୍ଣ୍ଣ ଟୀକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ୨ୟ ପର୍ଯ୍ୟାୟ ରିପୋର୍ଟରେ ଏହା କୁହାଯାଇଛି । ଓଡ଼ିଶାର ଏହି ସଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Achieving a major milestone, #Odisha has registered the highest percentage of fully immunised children (90.5%) in India, according to phase-II of the recently published National Family Health Survey (NFHS-5). @HFWOdisha #SusthaOdisha #OdishaLeadshttps://t.co/OPlrr76j5f
— CMO Odisha (@CMO_Odisha) November 26, 2021
ଏହି ରିପୋର୍ଟରେ କୁହାଯାଇଛି ଯେ ୧୨ ମାସରୁ ୨୩ ମାସ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ୧ନଂ ସ୍ଥାନ ଅଧିକାର କରିଛି । ଓଡ଼ିଶାରେ ୧୨ ମାସରୁ ୨୩ ମାସର ପ୍ରାୟ ୯୦.୫ ପ୍ରତିଶତ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ୨ୟ ପର୍ଯ୍ୟାୟ ସର୍ଭେରେ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ କରାଯାଇଥିଲା । ଏହି ସର୍ଭେ ରିପୋର୍ଟକୁ ଗତ ବୁଧବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ନିତି ଆୟୋଗ ସଦସ୍ୟ ଡ.ଭି.କେ. ପଲ ଉନ୍ମୋଚନ କରିଥିଲେ ।