ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪,୩୮୮ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୪୩୨କୁ ବୃଦ୍ଧି । 

Advertisment
ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪,୩୮୮ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୪୩୨କୁ ବୃଦ୍ଧି । 

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୩୮୮ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୪୯୬ ଜଣ, ପୁରୀ ଜିଲ୍ଲାରୁ ୧୮୩ ଜଣ, ନୂଆପଡ଼ା ଜିଲ୍ଲାରୁ ୧୭୯ ଜଣ, ବରଗଡ଼ ଜିଲ୍ଲାରୁ ୧୭୪ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୬୭ ଜଣ, ଯାଜପୁର ଜିଲ୍ଲାରୁ ୧୫୯ ଜଣ, ଅନୁଗୁଳ ଜିଲ୍ଲାରୁ ୧୪୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪୨ ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୮ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୮ ଜଣ, କନ୍ଧମାଳ ଜିଲ୍ଲାରୁ ୧୨୬ ଜଣ, ଜଗତସିଂହପୁର, ନବରଙ୍ଗପୁର ଜିଲ୍ଲାରୁ ୧୧୫ ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୧୧୪ ଜଣ, ମୟୂରଭଂଜ ଜିଲ୍ଲାରୁ ୧୦୯ ଜଣ, ବୌଦ୍ଧ ଜିଲ୍ଲାରୁ ୧୦୧ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 

ସେହିପରି ଭଦ୍ରକ ଜିଲ୍ଲାରୁ ୮୯ ଜଣ, କୋରାପୁଟ ଜିଲ୍ଲାରୁ ୮୮ ଜଣ, କେନ୍ଦୁଝର ଜିଲ୍ଲାରୁ ୭୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୭ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୫୬ ଜଣ, ଗଂଜାମ ଜିଲ୍ଲାରୁ ୪୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୭ ଜଣ, ନୟାଗଡ଼ ଜିଲ୍ଲାରୁ ୪୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩ ଜଣ, ମାଲକାନଗିରି ଜିଲ୍ଲାରୁ ୪୦ ଜଣ, ଗଜପତି ଜିଲ୍ଲାରୁ ୩୨ ଜଣ, ଦେବଗଡ଼ ଜିଲ୍ଲାରୁ ୧୦ ଜଣ ଓ ରାଜ୍ୟପୁଲରୁ ୩୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 

ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୧ ଲକ୍ଷ ୬୫ ହଜାର ୪୩୨ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe