ଭୁବନେଶ୍ୱର ପାଇଁ ସରକାରଙ୍କ ସ୍ୱତନ୍ତ୍ର ରଣନୀତି । ୭ ଦିନରେ ୫୦୦୦ ଟେଷ୍ଟିଂ କରାଇବାକୁ ଲକ୍ଷ୍ୟ । ୩ ଜୋନରେ ବିଭକ୍ତ କରି ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

Advertisment
ଭୁବନେଶ୍ୱର ପାଇଁ ସରକାରଙ୍କ ସ୍ୱତନ୍ତ୍ର ରଣନୀତି । ୭ ଦିନରେ ୫୦୦୦  ଟେଷ୍ଟିଂ କରାଇବାକୁ ଲକ୍ଷ୍ୟ । ୩ ଜୋନରେ ବିଭକ୍ତ କରି ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଗାମୀ ୭ ଦିନ ମଧ୍ୟରେ କରୋନା ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯିବ । ରାଜ୍ୟରେ କରୋନା ହଟସ୍ପଟ୍ କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆସନ୍ତା ୭ ଦିନ ମଧ୍ୟରେ ୫ ହଜାର ସାଂପୁଲ ଟେଷ୍ଟ କରାଯିବ ଏବଂ ଭୁବନେଶ୍ୱରରେ ପୂର୍ବରୁ ଯେତିକି ଟେଷ୍ଟିଂ ଚାଲିଥିଲା ତାକୁ ଆଜିଠାରୁ ଅନେକ ମାତ୍ରା ବୃଦ୍ଧି କରାଯିବ ।

ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାର ଭୁବନେଶ୍ୱରରେ ଟେଷ୍ଟିଂ ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି । ରାଜଧାନୀ ଭୁବନେଶ୍ବରରେ ଆଗାମୀ ୭ ଦିନ ଭିତରେ ୫ ହଜାର ନମୁନା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ଭାରତରେ ଏହା ହେବ ସର୍ବାଧିକ ପରୀକ୍ଷା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଯେଉଁମାନଙ୍କ ଗସ୍ତ ବିବରଣୀ ଅନ୍ୟ ରାଜ୍ୟ ଓ ବିଦେଶକୁ ରହିଛି ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଠିକ୍ ସେହିପରି ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟ ଟେଷ୍ଟିଂ କରାଯିବା ସହ ବୟସ୍କ ବ୍ୟକ୍ତିଙ୍କର ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏଥିଲାଗି ଭୁବନେଶ୍ୱରରେ ଟେଷ୍ଟିଂ ପାଇଁ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି । ଭ୍ରାମ୍ୟମାଣ ମୋବାଇଲ କ୍ୟାମ୍ପ ମଧ୍ୟ ଭୁବନେଶ୍ୱରରେ ଚାଲିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।କରୋନାକୁ ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି । ଇତି ମଧ୍ୟରେ ୭୫୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଇ ସାରିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe