କରୋନା ବିରୁଦ୍ଧରେ ରାଜଧାନୀରେ ସ୍ୱତନ୍ତ୍ର ରଣନୀତି । ୭ ଦିନରେ ଭୁବନେଶ୍ୱରରେ କରାଯିବ ୫ ହଜାର ଟେଷ୍ଟିଂ । ଜାଣନ୍ତୁ ନମୂନା ସଂଗ୍ରହରେ କେଉଁମାନଙ୍କୁ ଦିଆଯିବ ପ୍ରାଥମିକତା

Advertisment
କରୋନା ବିରୁଦ୍ଧରେ ରାଜଧାନୀରେ ସ୍ୱତନ୍ତ୍ର ରଣନୀତି । ୭ ଦିନରେ ଭୁବନେଶ୍ୱରରେ କରାଯିବ ୫ ହଜାର ଟେଷ୍ଟିଂ । ଜାଣନ୍ତୁ ନମୂନା ସଂଗ୍ରହରେ କେଉଁମାନଙ୍କୁ ଦିଆଯିବ ପ୍ରାଥମିକତା

କନକ ବ୍ୟୁରୋ: ଓଡିଶାରେ କରୋନାର କେନ୍ଦ୍ରସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ତେଣୁ କରୋନାର ଗତିରୋଧ କରିବାକୁ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ତେବେ ଏବେ ସୁଦ୍ଧା ରାଜଧାନୀରେ ୧୯୫୮ଟି ପରୀକ୍ଷଣ ହୋଇସାରିଛି । ଯାହାକି ମୋଟ ନମୂନା ପରୀକ୍ଷାର ୩୮ ପ୍ରତିଶତ ହେଉଛି ଭୁବନେଶ୍ୱରର । ତେଣୁ କରୋନା ସ୍ଥିତିକୁ ନଜରରେ ରଖି ଆସନ୍ତା ୭ ଦିନ ମଧ୍ୟରେ ଭୁବନେଶ୍ୱରରେ ସାଂପୁଲ ଟେଷ୍ଟିଂ ୫ ହଜାରକୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ।

ଏଥିପାଇଁ ଜନସାଧାରଣଙ୍କୁ ପ୍ରାଥମିକତା ଭିତିରେ ୪ଟି ଭାଗରେ ବିଭକ୍ତ କରାଯାଇଛି । ଯଥାକ୍ରମେ ଯେଉଁମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ଅଛି, ଯେଉଁମାନଙ୍କର କରୋନା ଲକ୍ଷଣ ରହିଛି, ଯାହାଙ୍କର ପ୍ରାଇମେରି କଂଟାକ୍ଟ ତଥା ପଜିଟିଭ କେସମାନଙ୍କ ସହ ରହିଛି, ସ୍ୱାସ୍ଥ୍ୟ କର୍ମୀ । ବିଭିନ୍ନ କରୋନା ସଂକ୍ରମିତ ଅଂଚଳରୁ ଆସିଥିବା ବ୍ୟକ୍ତି, ଯେଉଁମାନଙ୍କଠାରେ ଥଣ୍ଡା, କାଶ ଜ୍ୱର ବଳି ଲକ୍ଷଣ ଦେଖାଯାଉଛି, ଯେଉଁମାନେ ସାମାଜିକ ଦୂରତ୍ୱକୁ ରକ୍ଷା କରିପାରୁନାହାନ୍ତି । ସାହି ବସ୍ତି ମାନଙ୍କରେ ରହୁଥିବା ବ୍ୟକ୍ତି ମାନ୍ରୁ ପ୍ରଥମେ ପ୍ରାଥମିକତା ଦିଆଯାଇଛି । ସେହିଭଳି ସ୍ୱାସ୍ଥ୍ୟକର୍ମୀ, ପୋଲିସ ଏବଂ ଜରୁରି ସେବାରେ ଥିବା ବ୍ୟକ୍ତି ବିଶେଷ ଏବଂ ତା ପରେ ୬୦ଓ ୬୦ରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଡାଇବେଟିଜ୍ ଓ ଉଚ୍ଚରକ୍ତଚାପ ଆଦି ରୋଗରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କଠାରୁ ନମୂନା ସଂଗ୍ରହ କରାଯିବ । ଏହା ପରେ ଚତୁର୍ଥ ଭାଗରେ ରାଣ୍ଡମ ଟେଷ୍ଟ କରାଯିବ। ତେଣୁ ଏଥିପାଇଁ ଜନସାଧାରଣ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ତେଣୁ ଯଦି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆପଣଙ୍କୁ କରୋନା ଟେଷ୍ଟ ପାଇଁ କୁହାଯାଏ ତେବେ ଆପଣଙ୍କୁ ଟେଷ୍ଟ କ୍ୟାଂପକୁ ଆସିବାକୁ ପଡିବ । ସେହିଭଳି ଯଦି ରିପୋର୍ଟରେ ଆପଣଙ୍କର କରୋନା ପଜିଟିଭ ଆସିଲା ତେବେ ଏଥିରେ ଆଦୌ ଭୟଭୀତ ହେବାର କିଛି ନାହିଁ । କାରଣ ସରକାରଙ୍କ ପକ୍ଷରୁ ଏଥିପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ନମୁନା ପରୀକ୍ଷଣରେ ପଜେଟିଭ ଆସିବା ବ୍ୟକ୍ତିଙ୍କର ସରକାରଙ୍କ ପ୍ରତିଷ୍ଠିତ ସ୍ୱତନ୍ତ୍ର ତଥା ବିଶ୍ୱସ୍ତରୀୟ କୋଭିଡ ହସ୍ପିଟାଲରେ ମାଗଣା ଚିକିତ୍ସା କରାଯିବ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe