କନକ ବ୍ୟୁରୋ: ସମ୍ବର୍ଦ୍ଧନା ସଭାରୁ ନବୀନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡିଶାରେ ସବୁ କିଛି ଅଛି କିନ୍ତୁ ବିକାଶ ନାହିଁ । ମନ୍ତ୍ରୀମାନଙ୍କୁ ସେ ଆହ୍ୱାନ ଦେଇ କହିଛନ୍ତି ଯେ କେତେଦିନ ଆଉ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏମିତି ରହିବେ । ଏ କେମିତିକା ସରକାର ଚାଲିଛି ଯେଉଁଠି ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ପାରୁନାହାନ୍ତି ।
ରାଜ୍ୟରେ କେମିତିକା ସରକାର ଚାଲିଛି ଯେଉଁଠି ୨୩ ଜଣ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଜେଲରେ ରଖାଯାଇଛି । ଆଗକୁ ଜେଲ ଭରୋ ଆନ୍ଦୋଳନ ହେବ । ଯେମିତି ଜେଲରେ ଜାଗା ହେବ ନାହିଁ ।
କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ବିଭାଗର ଦାୟିତ୍ୱରେ ଅଛନ୍ତି । ସେ ବଡ ବିଭାଗ ଦାୟିତ୍ୱରେ ରହି ଭଲ କାମକରୁଛନ୍ତି । ଅଶ୍ୱିନୀ ବୈଷ୍ଣବ ଅଏବଂ ବିଶ୍ୱେଶ୍ୱର ଟୁଡୁ ଭଲ କାମ କରି ବିଭାଗ ପ୍ରତି ଥିବା ସମର୍ପଣ ଦେଖାଉଛନ୍ତି । ସେ କର୍ମୀମାନଙ୍କୁ କଠୋର ପରିଶ୍ରମ କରିବା ସହ ଘର ଛାଡିବାକୁ ଆହ୍ୱାନ ଦେଇଛନ୍ତି । ନିର୍ବାଚନ ଜିତିବା ପରେ ଯାଇ ଘରକୁ ଫେରିବାକୁ ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-26-18h59m23s627.jpg)