ସ୍ୱଚ୍ଛ ଭାରତ ମିଶନ ୨.୦ : କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କହିଲେ ୨୦୨୨ ଡ଼ିସେମ୍ବର ସୁଦ୍ଧା ସମସ୍ତ ଘରକୁ ମିଳିବ ବିଶୁଦ୍ଧ ପାନୀୟ ଜଳ

238

ନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ୨.୦ ଅଭିଯାନର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇ ନିଜ ନିଜ ରାଜ୍ୟରେ ସ୍ୱଚ୍ଛତା ମିଶନକୁ କିଭଳି ସଫଳତାପୂର୍ବକ କାର୍ଯ୍ୟକାରୀ କରାଯିବ ସେନେଇ ମତ ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ନବୀନ କହିଛନ୍ତି ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଘରେ ସ୍ୱଚ୍ଛ ପାନୀୟ ଜଳ ପହଁଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ସ୍ୱଚ୍ଛ ଭାରତ ମିଶନ ପ୍ରଥମ ଭାଗ ଅଭିଯାନରେ ଗ୍ରାମାଚଂଳ ସ୍ୱଚ୍ଛତା ଉପରେ ଗୁରୁ୍ତ୍ୱ ଦିଆଯାଇଥିବାବେଳେ ସ୍ୱଚ୍ଛତା ମିଶନ ୨.୦ରେ ସହରାଂଚଳ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଇଛି । ପ୍ରତ୍ୟେକ ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସହର ଗୁଡିକ ପ୍ରଦୁଷଣ ମୁକ୍ତ ଏହି ମିଶନର ପ୍ରଥମ ଲକ୍ଷ୍ୟ ରହିଛି ବୋଲି ନିଜ ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ ପାଖାପାଖି ୧୦କୋଟି ୫୦ ଲକ୍ଷ ଲୋକ ଉପକୃତ ହେବେ ଓ ଏହି ଯୋଜନା ପାଇଁ ୨ ଦଶମିକ ୦୮୭ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନିଜ ସମ୍ବୋଧନରେ ସଫେଇ କର୍ମୀଙ୍କୁ ପ୍ରଂଶସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱଚ୍ଛତା ମିଶନ ଅଭିଯାନର ପ୍ରକୃତ ମହାନାୟକ ସଫେଇକର୍ମୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।