କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ କାର୍ଯ୍ୟରତ ସିଟି ଜିଏସଟି ଅଧିକାରୀ ଚିତରଞ୍ଜନ ମହାନ୍ତିଙ୍କଠାରୁ ୧ କେଜି ୧୩୫ ଗ୍ରାମ ସୁନା ଓ ୬ ଲକ୍ଷ ୫୯ ହଜାର ଟଙ୍କା ଜବତ କରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ । ଜବତ ସୁନା ମଧ୍ୟରେ ୧୯ ସୁନା ବିସ୍କୁଟ ରହିଛି । ଗତ ୩୧ ତାରିଖ ଦିନ ଚିତରଞ୍ଜନ ଏକ ଜିଏସଟି କେସ କ୍ଲୋଜ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।

Advertisment

ପରେ ଭିଜିଲାନ୍ସ ଟିମ ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଓ ଲକର ସମେତ ବାସଭବନ ଓ ଅନ୍ୟ ସ୍ଥାନରେ ଚଢାଉ କରି ଏଭଳି ବିପୁଳ ସମ୍ପତ୍ତି ଠାବ କରିଛି । ଏହା ସହିତ ଗୋଟିଏ ଆକ୍ଟିଭା ସ୍କୁଟର ଓ ଏକ କାର ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା, କଟକ ସିଡିଏରେ ୭୦ ଲକ୍ଷ ଟଙ୍କାର ଘର, ମ୍ୟୁଚୁଆଲ୍ ଫଣ୍ଡ ଓ ବୀମା , ବ୍ୟାଙ୍କ ଜମା ବାବଦରେ ୧ କୋଟି ୪ ଲକ୍ଷ ଠାବ ହୋଇଛି । ଆଉ କେତେ ସମ୍ପତ୍ତି ରହିଛି ସେ ନେଇ ଚଢାଉ ଜାରି ରଖିଛି ।