ରାଜ୍ୟରେ ଅଭାବ ଟିକା, କେମିତି ସଫଳ ହେବ ଟିକା ଉତ୍ସବ । ତୁରନ୍ତ ୨୫ ଲକ୍ଷ ଡୋଜ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡିଶା ।

Advertisment
ରାଜ୍ୟରେ ଅଭାବ ଟିକା, କେମିତି ସଫଳ ହେବ ଟିକା ଉତ୍ସବ । ତୁରନ୍ତ ୨୫ ଲକ୍ଷ ଡୋଜ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡିଶା ।

କନକ ବ୍ୟୁରୋ: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି । ଏପରି ସମୟରେ ଓଡିଶାରେ ଟିକା ଅଭାବ ଟିକାକରଣକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ସେପଟେ ଆସନ୍ତା ୧୧ ତାରିଖରୁ ଟିକା ଉତ୍ସବ ଆରମ୍ଭ ହେବାକୁ ଯାଉଛି । ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସିଏସ ପିକେ ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । ଚିଠିରେ ତୁରନ୍ତ ରାଜ୍ୟ ସରକାରଙ୍କୁ ୨୫ ଲ କ୍ଷ କୋଭିସିଲ୍ଡ ଡୋଜ ପଠାଇବାକୁ ଅନୁରୋଧ କରିଛନ୍ତି । ଆଗକୁ ଦୈନିକ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କମ ଟିକା ଯୋଗାଣ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖା ଦେଇଛି । ଅନ୍ୟପଟେ ସାରା ଦେଶରେ ଏପ୍ରିଲ ୧୧ ତାରିଖରୁ ଏପ୍ରିଲ ୧୪ ତାରିଖ ଯାଏଁ ଟିକା ଉତ୍ସବ ପାଳିତ ହେବ । ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ ତୁରନ୍ତ ଟିକା ଯୋଗାଇବାକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe