ଟିକାକରଣର ସୁବ୍ୟବସ୍ଥା ନେଇ ସବୁ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଚିଠି : ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରାଥମିକତା ଭିତିରେ କେନ୍ଦ୍ର ସରକାର ଦେଉଥିବା ଟିକା ଦେବାକୁ ନିର୍ଦ୍ଦେଶ

୧୮-୪୪ ବର୍ଷ ବୟସ୍କଙ୍କୁ ମିଳିବ ରାଜ୍ୟ ସରକାର ଯୋଗାଉଥିବା ଟିକା

91

କନକ ବ୍ୟୁରୋ : ଟିକାକରଣର ସୁବ୍ୟବସ୍ଥା ନେଇ ସବୁ ଜିଲ୍ଲାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମୁନିପାଲ କମିଶନରଙ୍କୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ.ମହାପାତ୍ର ଟିକାକରଣ ନେଇ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରାଥମିକତା ଭିତିରେ କେନ୍ଦ୍ର ସରକାର ଦେଉଥିବା ଟିକା ଦିଆଯାଉ । ସେହିଭଳି ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ରାଜ୍ୟ ସରକାର ଯୋଗାଉଥିବା ଟିକା ଦିଆଯିବ । ଅନ୍ୟପଟେ ଘରୋଇ ହସପିଟାଲରେ ମଧ୍ୟ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଟିକା ଦେବା ପାଇଁ କୁହାଯାଇଛି ।