କନକ ବ୍ୟୁରୋ : ସହିଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକ ସ୍ମାରକୀ ପ୍ରତିଷ୍ଠା ହେବ । ଏଥିରେ ମହାମାରୀ କରୋନା ମୁକାବିଲା ସମୟରେ ସହିଦ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ । ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସହିଦ କୋଭିଡ୍ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିିସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇ କହିଛନ୍ତି ସେମାନଙ୍କ ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ ।

Advertisment

ସରକାର ସେମାନଙ୍କ ସହିତ ଅଛନ୍ତି । ଏ ଶୂନ୍ୟସ୍ଥାନ କେବେ ପୂରଣ କରି ହେବ ନାହିଁ । କେବଳ ପରିବାରର ସଦସ୍ୟଙ୍କ ପରଲୋକ ଯୋଗୁଁ, ଯେପରି ଅନ୍ୟ ସଦସ୍ୟମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତିି ସେଥିପାଇଁ ସହାୟତା ଯୋଗାଇ ଦିଆଯିବ । ସହିଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ । କୋଭିଡ୍ ବିରୋଧରେ ଚାଲିଥିବା ଏହି ଲଢ଼େଇରେ ନିଶ୍ଚୟ ଜିତିବୁ । ମାଲକାନଗିରି, କଟକ, ବରଗଡ, ବାଲେଶ୍ୱର ଓ ଗଞ୍ଜାମରେ ଉପସ୍ଥିତ ସହିଦ କୋଭିଡ୍ ଯୋଦ୍ଧାଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।