ରାଜ୍ୟର ୩ଟି ଜିଲ୍ଲା ପାଇଁ ରାପିଡ୍ ରେସପନସ୍ ଟିମ୍ ଗଠନ: ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲେ ରାଜ୍ୟ ସରକାର

Advertisment
ରାଜ୍ୟର ୩ଟି ଜିଲ୍ଲା ପାଇଁ ରାପିଡ୍ ରେସପନସ୍ ଟିମ୍ ଗଠନ: ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲେ ରାଜ୍ୟ ସରକାର

କନକ ବ୍ୟୁରୋ: ରାଜ୍ୟର ୩ଟି ଜିଲ୍ଲା ପାଇଁ ଗଠନ ହେଲା ରାପିଡ୍ ରେସପନସ୍ ଟିମ୍ । ବାଲେଶ୍ୱର. ଭଦ୍ରକ ଓ ଯାଜପୁର ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲେ ରାଜ୍ୟ ସରକାର । ଏହି ଟିମ୍ ସେବା ଯୋଗାଇବାରେ ସହଯୋଗ କରିବେ । ତେବେ ଯାଜପୁରରେ ସହାୟତା କରିବେ ଏସସିବି ମେଡିକାଲ କଲେଜର ଟେକିନକାଲ୍ ଟିମ୍ ଏବଂ ସେହିଭଳି ବାଲେଶ୍ୱର ଓ ଭଦ୍ରକ ପାଇଁ ଫକିରମୋହନ ଟିମ୍ । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରରେ ଅଧିକ ଆକ୍ରାନ୍ତ ଏହି ତିନୋଟି ଜିଲ୍ଲାରୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର ।

ଏହାଛଡ଼ା ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ  ବାଲେଶ୍ବର, ଜନସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ  ଭଦ୍ରକ ଏବଂ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ  ଯାଜପୁର ଗସ୍ତ କରି କାର୍ଯ୍ୟର ତଦାରଖ କରିବେ। ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ  ମେଡିକାଲ କଲେଜ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ରାଜ୍ୟସ୍ତରୀୟ ରାପିଡ୍ ରେସପନ୍ସ ଟିମର ବିଶେଷଜ୍ଞମାନଙ୍କୁ ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର କଣ୍ଟେନମେଣ୍ଟକୁ ନେଇ ନିଆଯାଇଥିବା ପଦକ୍ଷେପର ତଦାରଖ କରିବାକୁ ନିର୍ଦେଶ ଦେଇଛନ୍ତି।

ଅନ୍ୟପଟେ, ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ । ସମସ୍ତ ଆକ୍ରାନ୍ତ ବାଲେଶ୍ୱରର ବୋଲି ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ନାବାଳକ, ୨ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି । ତେବେ ସମସ୍ତ ଆକ୍ରାନ୍ତ ପୂର୍ବଙ୍କ ନିକଟ ସଂପର୍କୀୟ ବୋଲି ଟ୍ୱିଟ୍ କରି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦୁଇ ମହିଳାଙ୍କ ବୟସ ୩୪ ହୋଇଥିବା ବେଳେ ପୁରୁଷ ଆକ୍ରାନ୍ତଙ୍କ ବୟସ ରହିଛି ୩୮ ଓ ୨୬ । ଜଣେ ୧୨ ବର୍ଷିୟ ନାବାଳକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ନେଇ ଏବେ ସୁଦ୍ଧା ରାଜ୍ୟରେ ମୋଟ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe