ଅକ୍ଟୋବର ୧ରୁ ଗଣିବେ ଜରିମାନା, ଯଦି ଗାଡିରେ ନଥିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ନିୟମ ଭାଙ୍ଗିଲେ ୫ ହଜାର ଫାଇନ୍

569

କନକ ବ୍ୟୁରୋ: ଗାଡି ଚାଳକଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି ସରକାର । ପୁରୁଣା ଗାଡି ନମ୍ବର ବଦଳରେ ଏଣିକି ଗାଡିରେ ଲାଗିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ତେଣୁ ଆପଣ ଯଦି, ଏପର୍ଯ୍ୟନ୍ତ ହାଇ ସିକ୍ୟୁରିଟି ନମ୍ବର ପାଇଁ ସ୍ଲଟ୍ ବୁକ୍ କରିନାହାଁନ୍ତି? ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗେଇନାହାଁନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର ।

ଅକ୍ଟୋବର ୧ ତାରିଖ ପୂର୍ବରୁ ଆପଣ ନିଜର ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇ ଦିଅନ୍ତୁ । ଯଦି ଏହି ସମୟ ସୀମା ଭିତରେ ଆପଣ ଗାଡିରେ ନୂଆ ନମ୍ବର ପ୍ଲେଟ୍ ନ ଲଗାନ୍ତି, ତେବେ ଆପଣଙ୍କୁ ପଡିପାରେ ଭାରି ଅଙ୍କର ଜରିମାନା । ହଜାରେ କି ୨ ହଜାର ନୁହେଁ ବରଂ ଆପଣ ଗଣିପାରନ୍ତି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ।

ଯେଉଁ ପୁରୁଣା ଗାଡିର ନମ୍ବର ୧,୨,୩ ଆଉ ୪ରେ ଶେଷ ହେଉଛି । ସେମାନଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ନିଜ ଗାଡିରେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ହେବ । ଅକ୍ଟୋବର ପହିଲାରୁ ଏହି ଗାଡି ଗୁଡିକର ଚେକିଂ ଆରମ୍ଭ ହେଇଯିବ । ତେଣୁ ଅକ୍ଟୋବର ୧ ପରେ ଏହି ସବୁ ଗାଡିରେ ନୂଆ ନମ୍ବର ପ୍ଲେଟ୍ ନଥିଲେ ଫାଇନ୍ ଆଦାୟ କରାଯିବ ।

ନଜର ପକାନ୍ତୁ କେଉଁ ଗାଡି ପାଇଁ କେତେ ରହିଛି ଶେଷ ତାରିଖ…

• ଯେଉଁ ଗାଡିର ନମ୍ବର ପ୍ଲେଟ୍ ୧ , ୨ କିମ୍ବା ୩.୪ରେ ଶେଷ ହେଉଛି । ସେହି ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦ ତାରିଖ ।
• ସେହିଭଳି ଯେଉଁ ଗାଡିର ନମ୍ବର ପ୍ଲେଟ୍ ୫ ଓ ୬ରେ ଶେଷ ହେଉଛି, ସେହି ଗାଡି ପାଇଁ ଶେଷ ତାରିଖ ରହିଛି ଅକ୍ଟୋବର ୩୧ ତାରିଖ । ଏହି ତାରିଖ ପରେ ଗାଡିଚାଳକଙ୍କଠାରୁ ଫାଇନ୍ ଆଦାୟ କରାଯିବ ।

• ଯେଉଁ ଗାଡିର ନମ୍ବର ୭ ଓ ୮ରେ ଶେଷ ହେଉଛି ସେମାନେ, ନଭେମ୍ବର ୩୦ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ସେହିପରି ୯ ଓ ୦ରେ ଶେଷ ହେଉଥିବା ଗାଡି ନମ୍ବର ଡିସେମ୍ବର ୩୧ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ ।

• ଯେଉଁ ଗାଡି ଚାଳକ ସମୟ ସୀମା ଭିତରେ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବେ ନି । ସେମାନଙ୍କୁ ଭାରି ଅଙ୍କର ଜରିମାନା ପଡିବ । ଇ-ଚାଲାଣ ସହିତ ସେମାନଙ୍କୁ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜୋରିମାନା ପଡିପାରେ ।

ଚୋରମାନେ ପୁରୁଣା ନମ୍ବର ପ୍ଲେଟକୁ ଅତି ସହଜରେ ଅପ ବ୍ୟବହାର କରିପାରୁଥିଲେ । ହେଲେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସ୍ନାପ ଲକ୍ ସହ ଆସିଥାଏ । ଯାହାକୁ ବଦଳାଇବା କଷ୍ଟକର । ଖାଲି ସେତିକି ନୁହେଁଏହି ପ୍ଲେଟ୍ ଗୁଡିକୁ ଟାମ୍ପର ପ୍ରୁଫ୍ ମଧ୍ୟ । ଯାହାକୁ ଚୋରମାନେ ଖରାପ କାମରେ ବ୍ୟବହାର କରିପାରିବେ ନାହିଁ ।

ନୂଆ ନମ୍ବର ପ୍ଲେଟରେ ‘ଆଇଏନଡି’ ଲେଖା ହେବା ସହିତ ଏହାର ବାମ ପଟେ କ୍ରୋମିୟମ ଆଧାରିତ ଅଶୋକ ଚକ୍ର ରହିଛି । ତା ସହିତ ନୂଆ ନମ୍ବର ପ୍ଲେଟ୍ ଲେଜର ଏନକୋଡେଡ୍ ହେବା ସହିତ, ଏହାକୁ ସ୍କାନ୍ କରିବା ମଧ୍ୟ ସହଜ ଅଟେ । ତେଣୁ ଆପଣ ଯଦି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ସ୍ଲଟ୍ ବୁକ୍ କରିନାହାଁନ୍ତି । ତେବେ ତୁରନ୍ତ ସ୍ଲଟ୍ ବୁକ୍ କରନ୍ତୁ । ଆଉ ଫାଇନ୍ ଗଣିବାରୁ ମୁକ୍ତି ପାଆନ୍ତୁ ।