ନଭେମ୍ବର ୧ରୁ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା : ଜାନୁଆରୀ ଶେଷ ସୁଦ୍ଧା ଆସିବ ରିପୋର୍ଟ

149

କନକ ବ୍ୟୁରୋ : ନଭେମ୍ବର ୧ରୁ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା । କେନ୍ଦ୍ରର ତଥ୍ୟ ସହ ମେଳ ଖାଉନଥିବାରୁ ପ୍ରଥମ ଥର ପାଇଁ ନିଜସ୍ୱ ଉଦ୍ୟମରେ ବାଘ ଗଣିବେ ରାଜ୍ୟ ସରକାର । ରାଜ୍ୟରେ କେତେ ବାଘ ଅଛନ୍ତି ଜାନୁଆରୀ ୩୧ ତାରିଖ ସୁଦ୍ଧା ଆସିବ ତଥ୍ୟ । ରାଜ୍ୟ ସରକାର ଦାବି କରୁଛନ୍ତି କେନ୍ଦ୍ର ତଥ୍ୟ ତୁଳନାରେ ରାଜ୍ୟରେ ଅଧିକ ବାଘ ରହିଛି ।

କେନ୍ଦ୍ର ଗଣନା ଅନୁସାରେ ରାଜ୍ୟରେ ୨୦ଟି ବାଘ ରହିଛି । କିନ୍ତୁ ୨୫ରୁ ଅଧିକ ବାଘ ଥିବା କହିଛି ବିଭାଗ । ଏହାକୁ ପ୍ରମାଣ କରିବାକୁ ନିଜସ୍ୱ ଉଦ୍ୟମରେ ହେବ ବାଘ ଗଣନା । ଖାଲି ବାଘ ନୁହେଁ ହାତୀ ଗଣନା ବି କରିବେ ରାଜ୍ୟ ସରକାର । ଏପ୍ରିଲରୁ ଆରମ୍ଭ ହେବ ହାତୀ ଗଣନା କାର୍ଯ୍ୟକ୍ରମ ।