ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ଓଡ଼ିଶାରେ ପ୍ରସ୍ତୁତ ହେଉଛି ୭୩,୬୫୪ ଅକ୍ସିଜେନ୍ ଯୁକ୍ତ ବେଡ୍ ।

Advertisment
ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ଓଡ଼ିଶାରେ ପ୍ରସ୍ତୁତ ହେଉଛି ୭୩,୬୫୪ ଅକ୍ସିଜେନ୍ ଯୁକ୍ତ ବେଡ୍ ।

କନକ ବ୍ୟୁରୋ: ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ହସପିଟାଲ୍ ବେଡ୍, ଆଇସିୟୁ, ଭେଂଟିଲେଟରର ମିଳୁନଥିବା ନେଇ ଅଭିଯୋଗ ଆସିବାରେ ଲାଗିଛି । ତେବେ ଡିଏମଇଟି କହିଛନ୍ତି, ରାଜ୍ୟରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଶଯ୍ୟା ରହିଛି । ୭୧ଟି କୋଭିଡ୍ ହସ୍ପିଟାଲ ମଧ୍ୟରୁ  ୩୧ ହସପିଟାଲ ଚାଲିଛି । ସାଧାରଣ ଶଯ୍ୟା ୨୬ ପ୍ରତିଶତ, ଆଇସିୟୁ ୧୪.୧୮ ପ୍ରତିଶତ ଏବଂ ଭେଂଟିଲେଟର ୧୦ ପ୍ରତିଶତ ପୂର୍ଣ୍ଣ ହୋଇଛି ।

ହାଇକୋର୍ଟଙ୍କୁ ଜଣାଇଲେ ସରକାର

ଓଡ଼ିଶାରେ ପ୍ରସ୍ତୁତ ହେଉଛି ୭୩,୬୫୪ ଅକ୍ସିଜେନ୍ ଯୁକ୍ତ ବେଡ୍

ତେବେ କେବେ ପ୍ରସ୍ତୁତ ହେବ ହେବ ଏତେ ସଂଖ୍ୟକ ବେଡ୍?

ସରକାରଙ୍କ ସୂଚନା ଅନୁଯାୟୀ, କରୋନା ଦ୍ୱିତୀୟ ଲହରର ମୁକାବିଲା ପାଇଁ ଏପର୍ଯ୍ୟନ୍ତ ୧୧,୮୦୮ ହସପିଟାଲ୍ ବେଡ୍ ପ୍ରସ୍ତୁତ କରାଯାଇଛି  । ସେଥିରେ ରହିଛି ୨,୦୧୮ଟି ଆଇସିୟୁ ଓ ୭୮୨ ଭେଂଟିଲେଟର ରହିଛି । ମହାମାରୀର ଦ୍ୱିତୀୟ ଲହରରେ ଅଧିକ ବେଗରେ ସଂକ୍ରମଣ ବଢ଼ୁଥିବାରୁ କୋଭିଡ୍ କେୟାର ସେଂଟରରେ ୨୨,୫୪୧ ଅକ୍ସିଜେନ୍ ଯୁକ୍ତ ଶଯ୍ୟା, ଏବଂ ଟେମ୍ପେରାରି ମେଡିକାଲ ସେଂଟର ବା ପଂଚାୟତ ସ୍ତରୀୟ ଟିଏମସିରେ ୩୬,୩୮୭ ଅକ୍ସିଜେନ୍ ଯୁକ୍ତ ଶଯ୍ୟା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଅକ୍ସିଜେନ୍ ସୁବିଧା ଥିବା ୩,୭୦୦ ବେଡ୍ କରିବାକୁ ପିଏସୟୁଗୁଡିକୁ କୁହାଯାଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବରିଷ୍ଠ ବିଚାରପତିଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି, ମୋଟ ୭୩,୬୫୪ ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତ କରାଯାଉଛି । ଓଡିଶା ହାଇକୋର୍ଟକୁ ସରକାର ଜଣାଇଛନ୍ତି ମହାମାରୀର ମୁକାବିଲା ପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଉଛି । ୩ ଲକ୍ଷ ରେମଡେସିଭିର୍ ଇଂଜେକସନ୍ ଓ ୨୦ ଲକ୍ଷ ଫାଭିପିରାଭିର୍ ଟାବଲେଟ୍ କିଣିବାକୁ ଓଡ଼ିଶା ଔଷଧ ନିଗମକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe