କନକ ବ୍ୟୁରୋ : ବଦଳିଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାମ । ନର୍ଥ ୟୁନିଭରସିଟିର ନୂଆ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଂଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ନାମିତ କରାଯାଇଛି । ନୂଆ ନାଁ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଶ୍ୱ ବିଦ୍ୟାଳୟ ଲାଇବ୍ରେରୀର ଉନ୍ନତିକରଣ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ।
ତେବେ ଓଡିଶାର ବିକାଶରେ ମୟୂରଭଂଜ ମହାରାଜାଙ୍କର ବିଶେଷ ଅବଦାନ ରହିଛି । ଓଡିଶା ଚଳିତବର୍ଷ ଶ୍ରୀ ରାମଚନ୍ଦ୍ର ଭଂଜଦେଓଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯାଉଥିବା ବେଳେ ତାଙ୍କ ନାଁରେ ଉତର ଓଡିଶା ବିଶ୍ୱ ବିଦ୍ୟାଳୟର ନାମକରଣ କରାଯାଇଛି । ସେପଟେ ଚାଲିଛି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/36-16.jpg)