ଖୋଲିଲା ରାଜ୍ୟ ସରକାରଙ୍କ କୋଭିଡ ହେଲପ୍ ଡେସ୍କ: ଏଣିକି ହ୍ୱାଟସଆପରେ ମିଳିପାରିବ କରୋନା ସଂପର୍କିତ ସମସ୍ତ ସୂଚନା; ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ଜାରି କଲେ ସରକାର

2,557

କନକ ବ୍ୟୁରୋ: ଖୋଲିଲା ରାଜ୍ୟ ସରକାରଙ୍କ କୋଭିଡ ହେଲପ୍ ଡେସ୍କ । ଏଣିକି ହ୍ୱାଟସ ଆପରେ ମିଳିପାରିବ କରୋନା ସଂପର୍କିତ ସମସ୍ତ ସୂଚନା । ହାତ ପାହାନ୍ତାରେ ମିଳିପାରିବ ସମସ୍ତ ତଥ୍ୟ । ଏନେଇ ସ୍ୱତନ୍ତ୍ର ହେଲପ ଲାଇନ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ଏ ସଂକ୍ରାନ୍ତରେ ଟୁଇଟ୍ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ଯେ କୋଭିଡ୍-୧୯ ସଂକ୍ରାନ୍ତ ସଦ୍ୟତମ ଘଟଣାବଳୀ, ସୂଚନା ଏବଂ ପରିସଂଖ୍ୟନ ଏବେ ଅତି ସହଜରେ ମିଳିପାରିବ।

କରୋନା ମୁକାବିଲା ପାଇଁ ହେଲପଲାଇନ ନମ୍ବର ଜାରି କଲେ ରାଜ୍ୟ ସରକାର । କରୋନା ସଂପର୍କିତ ତଥ୍ୟ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜନତାଙ୍କ ପାଇଁ ଏକ ହ୍ୱାଟସଆପ୍ ନମ୍ବର ଜାରି କରାଯାଇଛି । ତେବେ ଏହି ନମ୍ବରରେ ଆପଣଙ୍କୁ କରୋନା ସଂପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ । ହ୍ବାଟ୍‌ସ୍‌ଆପରେ କୋଭିଡ୍-୧୯ ସଂକ୍ରାନ୍ତ ସମସ୍ତ ଅପଡେଟ୍‌ସ୍ ପାଇବା ନିମନ୍ତେ ୯୩୩୭୯୨୯୦୦୦ ହାଇ ‘Hi’ କିଂବା bi.ly/OGCovidWhatsAppରେ କ୍ଲିକ୍ କରି ପାରିବେ।

ଅନ୍ୟପଟେ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅପିଲ । ସ୍ୱାସ୍ଥ୍ର୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପିଲ କରଯାଇଛି । ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇପାରନ୍ତି । ପାଖାପାଖି ୮୦ ପ୍ରତିଶତ ପଜିଟିଭ କେସରେ କୌଣସି ଲକ୍ଷଣ ଦେଖାଯାଉନି । କୌଣସି ଲକ୍ଷଣ ଦେଖାଯାଉନଥିଲେ ବି ପରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି । ନିଜ ପରିବାରର ସୁରକ୍ଷା ପାଇଁ ସମସ୍ତେ ପରୀକ୍ଷା କରନ୍ତୁ । ଏବଂ ସମସ୍ତ ପରୀକ୍ଷା ମାଗଣାରେ କରାଯିବ ବୋଲି କୁହାଯାଇଛି ।