୬ ବର୍ଷ ପରେ ଫେରିଲେ ଓଏଏସ୍ ଦେବପ୍ରସାଦ ଦାସ ; ୨୦୧୮ରୁ ନିଲମ୍ବିତ ଥିବା ଓଏଏସଙ୍କୁ ପୁନଃଅବସ୍ଥାପିତ କଲେ ରାଜ୍ୟ ସରକାର

Advertisment
୬ ବର୍ଷ ପରେ ଫେରିଲେ ଓଏଏସ୍ ଦେବପ୍ରସାଦ ଦାସ ;  ୨୦୧୮ରୁ ନିଲମ୍ବିତ ଥିବା ଓଏଏସଙ୍କୁ ପୁନଃଅବସ୍ଥାପିତ କଲେ ରାଜ୍ୟ ସରକାର

କନକ ବ୍ୟୁରୋ: ୬ବର୍ଷ ଫେରିଲେ ଓଏଏସ୍ ୬ ବର୍ଷ ପରେ ଫେରିଲେ ଓଏଏସ । ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଦେବପ୍ରସାଦ ଦାସଙ୍କ ଉପରୁ ନିଲମ୍ବନ ହଟାଇଛନ୍ତି ରାଜ୍ୟ ସରକାର। ଏହାସହ ତାଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ମୋହନ ସରକାର।

ବିଜେଡି ସରକାର ସମୟରେ ୨୦୧୮ ମେ ୨୮ ତାରିଖରେ ଦେବ ପ୍ରସାଦ ଦାସଙ୍କୁ ନିଲମ୍ବନ କରାଯାଇଥିଲା। ସରକାରୀ କର୍ମଚାରୀ ଆଚରଣ ବିଧି ନିୟମକୁ ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିଲା। ଏବେ ତାଙ୍କୁ ପୁନଃ ଅବସ୍ଥାପିତ କଲା ବେଳେ ସର୍ତ୍ତ ରଖିଛନ୍ତି ସରକାର। ଓଡ଼ିଶା ସରକାରଙ୍କ ସର୍ଭିସ କଣ୍ଡକ୍ଟ ରୁଲ ୧୯୫୯କୁ ପାଳନ କରିବେ ବୋଲି ସର୍ତ୍ତ ରଖିଛନ୍ତି ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe