କନକ ବ୍ୟୁରୋ : ରସାବଳିକୁ ମିଳିବ ଜିଆଇ ଟ୍ୟାଗ । ଏନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ବଳଦେବଜିଉଙ୍କ ଜନ୍ମଦିନ ବା ଗହ୍ମା ପୂର୍ଣ୍ଣିମା ଦିନ ରାଜ୍ୟ ସାରା ରସାବଳି ଦିବସ ପଳାନ କରାଯାଉ ବୋଲି ଦାବି କରିଛି ଓଡ଼ିଶା ସଂସ୍କୃତି ଓ ପରମ୍ପରା ପୁନରୁଦ୍ଧାର ସମିତି । ରସଗୋଲାକୁ ନୀଳାଦ୍ରି ବିଜୟ ବେଳେ ସମସ୍ତେ ଯେପରି ରସଗୋଲା ଦିବସ ଭାବେ ପାଳନ କରୁଛନ୍ତି, ରସାବଳିକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା ଦିନ ରସାବଳି ଦିବସ ଭାବେ ପାଳନ କରିବା ପାଇଁ ସମିତି ଅନୁରୋଧ କରିଛି ।

Advertisment

ଘରେ ଘରେ ରକ୍ଷାବନ୍ଧନ ବା ବଳଦେବ ଜୀଉଙ୍କ ଜନ୍ମ ଦିନରେ ସମସ୍ତେ ରସାବଳି ଭୋଗ କରନ୍ତୁ ଏବଂ ରସାବଳି ଖୁଇବା ପାଇଁ ସମିତି ଆରମ୍ଭ କରିଛି ପ୍ରୟାସ । ଓଡିଶାର ବ୍ୟଞ୍ଜନ, ସଂସ୍କୃତି, ସବୁଠାରୁ ନିଆରା । ଏହାକୁ ଲୋକଙ୍କୁ ଜଣାଇବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି । ଏହି ସମିତି ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯିବ ବୋଲି କର୍ମକର୍ତା କହିଛନ୍ତି । ରସାବଳିର ଉତ୍ପତ୍ତି ଓଡିଶାରେ ହୋଇଥିବାରୁ ଜିଆଇ ଟ୍ୟାଗ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି ।