ଓଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ପ୍ରଶାସନିକ ପ୍ରସ୍ତୁତି । ଆସନ୍ତା କାଲିଠାରୁ ମେ’୩୧ ପର୍ଯ୍ୟନ୍ତ ମାଛମରା ଉପରେ କଟକଣା ।

Advertisment
ଚନ୍ଦ୍ରଭାଗା ବେଳାଭୂମିରେ ଅସୁରକ୍ଷିତ ଅଲିଭ୍‌ ରିଡ୍‌ଲେ : ପୁଣି ୨୦ ମୃତଦେହ ଉଦ୍ଧାର

କନକ ବ୍ୟୁରୋ: ଓଡ଼ିଶା ଉପକୂଳରେ ଓଲିଭ୍ ରିଡଲେ କଇଁଛ ସଂରକ୍ଷଣ, ପ୍ରଜନନ ଓ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରଶାସନ । ତେଣୁ ଆସନ୍ତା କାଲିଠାରୁ ୨୦୧୯ ମେ’ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ୨୦ କି.ମି. ଦୂର ପର୍ଯ୍ୟନ୍ତ ମାଛମରା ନିଷେଧ ଘୋଷଣା କରାଯାଇଛି । ଏନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ତେବେ ଉପକୂଳବର୍ତୀ ମତ୍ସ୍ୟଜୀବୀମାନେ ପ୍ରଭାବିତ ହେଉଥିବାରୁ ସେମାନଙ୍କ ସହାୟତା ପାଇଁ ପୂର୍ବରୁ ଘୋଷିତ ରାଶି ୫ ହଜାର ଟଙ୍କାରୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କୁ ସୁପାରିସ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

Olive Ridley Turtlesତେବେ ଆସନ୍ତା କାଲି ଠାରୁ ସମୂଦ୍ର ଉପୂଳରୁ ୨୦ କି.ମି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳ ଏବଂ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ମାଛମରା ନିଷେଧ ଲାଗୁ କରିବା ପାଇଁ ବୈଠକରେ ନିଷ୍ପତି ହୋଇଛି । ତେଣୁ ଯନ୍ତ୍ରଚଳିତ ଡଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରା ସଂପୂର୍ଣ୍ଣ ନିଷେଧ ହେବ। ତେବେ ନିଷେଧ ସମୟରେ ବିନା ମୋଟର ବୋଟରେ ପାରମ୍ପରିକ ଢଙ୍ଗରେ ମାଛ ଧରୁଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ଅଯଥାରେ ଅସୁବିଧାରେ ନ ପକାଇବା ପାଇଁ ମୁଖ୍ୟସଚିବଙ୍କ ନିର୍ଦେଶ । ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଡିଆରଡିଓ, ଉପକୂଳବର୍ତୀ ୩ଟି ବନ୍ଦର କର୍ତୃପକ୍ଷମାନେ ସଂରକ୍ଷଣ ନିୟମକୁ କଡ଼ାକଡ଼ି ପାଳନ କରିବା ସହିତ ରାତି ବେଳା ତୀବ୍ର ଆଲୋକ ରଶ୍ମିକୁ ହ୍ରାସ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।

publive-imageବୈଠକରେ ଗଞ୍ଜାମ ଜିଲ୍ଲାର ଖଲିକୋଟ୍ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଘାଟି ସେଣ୍ଟ୍ରାଲ୍ ନର୍ସରୀ ନିକଟରେ ସାମୁଦ୍ରିକ କଇଁଛ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସ୍ୱର୍ଗତଃ ଚନ୍ଦ୍ରଶେଖର କରଙ୍କ ନାମରେ ଅଲିଭ୍ ରିଡଲେ ଗବେଷଣା ଫେଲୋସିପ୍ ପ୍ରତିଷ୍ଠା ପାଇଁ ମଧ୍ୟ ସ୍ଥିର ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ବିଶେଷଜ୍ଞ ଡ. ପ୍ରିୟମ୍ବଦା ମହାନ୍ତି ପ୍ରମୁଖ ବରିଷ୍ଠ ପଦାଧିକାରୀ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe