ରାଜ୍ୟ ସରକାର ମଙ୍ଗଳବାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ପୁଲିସ ଅଧିକାରୀ ତଥା ୧୯୮୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଆର.ପି ସିଂଙ୍କୁ ଜେଲ ବିଭାଗର ଡିଜି ଭାବରେ ବଦଳି କରାଯାଇଛି । ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ବିନୟା ଝାଙ୍କୁ ଗୃହ ବିଭାଗରେ ଆଟାଚ କରି ଦିଆଯାଇଥିବା ବେଳେ ୨୦୦୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଯତିନ୍ଦ୍ର କୋଏଲଙ୍କୁ କ୍ରାଇମବ୍ରାଞ୍ଚ (ଏସଟିଏଫ୍) ଆଇଜି ଭାବେ ନିଯୁକ୍ତି ମିଳିଛି ।
ସେହିଭଳି ୨୦୦୧ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସୂର୍ଯ୍ୟା ଥଙ୍କପାନଙ୍କୁ ଭିଜିଲାନ୍ସ ଡିଆଇଜି ଓ ୨୦୦୩ ବ୍ୟାଚ୍ ହିମାଂଶୁ ଲାଲଙ୍କୁ ଡିଆଇଜି (ଷ୍ଟେଟ୍ ଆର୍ମ ପୁଲିସ) ପଦରେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ପୁଲିସ ସେବା ଅଧିକାରୀ ପ୍ରଭାକର ସ୍ୱାଇଁ ବୈରୀ ପିଟିଆଇ (ପୋଲିସ ଟ୍ରେନିଂ ଇଷ୍ଟିଚ୍ୟୁଟ୍) ଏସପି ପଦରେ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶା ପୁଲିସ ସେବା ଅଧିକାରୀ ଶ୍ରକୃଷ୍ଣ ବେହେରାଙ୍କୁ ମେରାଇନ ପୁଲିସ ଏଆଇଜି ପଦରେ ନିଯୁକ୍ତି ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/ips-kNxC-621x414@LiveMint.jpg)
/kanak/media/post_attachments/wp-content/uploads/2018/10/ips_755_1535469259_618x347-300x168.jpeg)