ଓମିକ୍ରନର ଭୟ ଭିତରେ ଭୁବନେଶ୍ୱରରେ ଜୁନିଅର ବିଶ୍ୱକପ ହକି ଖେଳୁଛି ଦକ୍ଷିଣ ଆଫ୍ରିକା ଦଳ । ଖେଳାଳିଙ୍କ ଉପରେ ରହିଛି ସତର୍କ ଦୃଷ୍ଟି । 

126

କନକ ବ୍ୟୁରୋ : ଭୁବନେଶ୍ୱରରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଜୁନିୟର ବିଶ୍ୱକପ ହକିରେ ଭାଗ ନେଇଛନ୍ତି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସଂକ୍ରମଣ ବ୍ୟାପିଥିବା ବେଳେ ଓଡ଼ିଶା ଆସିଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି ।

ଦକ୍ଷିଣ ଆଫ୍ରିକା ହକି ଖେଳାଳିଙ୍କ ଉପରେ ନଜର । ସଂକ୍ରମଣ ସମୟରେ ଆସିଥିବାରୁ ସତର୍କ ନଜର । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ବିଶ୍ୱକପ ହକିରେ ଭାଗ ନେଉଛନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି । ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହେବା ପରେ ସେହି ଦେଶର ଖେଳାଳିଙ୍କ ଉପସ୍ଥିତି ଚିନ୍ତା ବଢାଇଛି । ପ୍ରଥମରୁ ହିଁ କରୋନା ପାଇଁ ବିନା ଦର୍ଶକରେ କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଜୁନିୟର ବିଶ୍ୱକପ ହକି । ସବୁ ଟିମ୍ ବାୟୋ-ବବଲ ପରିବେଶରେ ରହୁଛନ୍ତି । ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସମସ୍ତଙ୍କର ନିୟମିତ ଟେଷ୍ଟ କରାଯାଉଛି ।

ଗତ ୨୦ ତାରିଖରୁ ଦକ୍ଷିଣ ଆଫ୍ରିକା ଜୁନିୟର ହକି ଟିମ୍ ଭୁବନେଶ୍ୱରର ଏକ ହୋଟେଲରେ ରହୁଛନ୍ତି । ହୋଟେଲ କର୍ତ୍ତୃପକ୍ଷ ମଧ୍ୟ କହିଛନ୍ତି ସେମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଦକ୍ଷିଣ ଆଫ୍ରିକାରୁ ନୂଆ ଭାରିଆଣ୍ଟ ଓମିକ୍ରନ ଜନ୍ମ ନେଇଛି ।