କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମେ ମିଳିବ ଟିକା: ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ଚିଠି ଲେଖିଲେ ରାଜ୍ୟ ସରକାର

ଆସନ୍ତା ୨୯ ସୁଦ୍ଧା ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ନିର୍ଦେଶ

121

କନକ ବ୍ୟୁରୋ: କୋଭିଡ ଟିକା ଆସୁଛି, ତେଣୁ ଶୀଘ୍ର ତାଲିକା ପ୍ରସ୍ତୁତ କର । ଏଭଳି ମର୍ମରେ ସ୍ୱାସ୍ଥ୍ୟ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଲେଖାଯାଇଛି କୋଭିଡ ଭ୍ୟାକସିନ୍ ଖୁବ୍ଶୀଘ୍ର ଆସିଯାଇପାରେ, ଏବଂ କେନ୍ଦ୍ର ସରକାର ଏଥିପାଇଁ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି ।

ଅଗ୍ରାଧିକାର ଭିତିରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଏବଂ ଅନ୍ୟ ସ୍ୱାସ୍ଥ୍ୟୃକର୍ମୀଙ୍କୁ ଦିଆଯିବ । କିନ୍ତୁ କୋଭିଡ ଟିକା କେବେ ଆସିବ, ଏହି ମୂଳପ୍ରଶ୍ନର ଉତର ଏଯାଏଁ ଆସିନାହିଁ । ଆମେରିକା ନିର୍ବାଚନ ପ୍ରଚାରରେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି କିଛି ସପ୍ତାହ ମଧ୍ୟରେ ଟିକା ଆସିବ । ବିହାର ନିର୍ବାଚନରେ ଘୋଷଣାପତ୍ର ଜାରି କରି ବିଜେପି କହିଛି ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ।

Comments are closed.