କନକ ବ୍ୟୁରୋ: କୋଭିଡ ଟିକା ଆସୁଛି, ତେଣୁ ଶୀଘ୍ର ତାଲିକା ପ୍ରସ୍ତୁତ କର । ଏଭଳି ମର୍ମରେ ସ୍ୱାସ୍ଥ୍ୟ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଲେଖାଯାଇଛି କୋଭିଡ ଭ୍ୟାକସିନ୍ ଖୁବ୍ଶୀଘ୍ର ଆସିଯାଇପାରେ, ଏବଂ କେନ୍ଦ୍ର ସରକାର ଏଥିପାଇଁ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି ।
ଅଗ୍ରାଧିକାର ଭିତିରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଏବଂ ଅନ୍ୟ ସ୍ୱାସ୍ଥ୍ୟୃକର୍ମୀଙ୍କୁ ଦିଆଯିବ । କିନ୍ତୁ କୋଭିଡ ଟିକା କେବେ ଆସିବ, ଏହି ମୂଳପ୍ରଶ୍ନର ଉତର ଏଯାଏଁ ଆସିନାହିଁ । ଆମେରିକା ନିର୍ବାଚନ ପ୍ରଚାରରେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି କିଛି ସପ୍ତାହ ମଧ୍ୟରେ ଟିକା ଆସିବ । ବିହାର ନିର୍ବାଚନରେ ଘୋଷଣାପତ୍ର ଜାରି କରି ବିଜେପି କହିଛି ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/vlcsnap-2020-10-24-08h07m00s141.png)