- ପାଣ୍ଡିଆନଙ୍କ ପାଇଁ ବଢୁଛି ଅଡୁଆ
- ଏତଲା ଦେବେ ସୂଚନା ଅଧିକାର କର୍ମୀ
ନିର୍ବାଚନ ପୂର୍ବ ଓ ନିର୍ବାଚନ ସମୟରେ ସାରା ରାଜ୍ୟରେ ହେଲିକପ୍ଟରରେ ଉଡି ବେଶ ଚର୍ଚ୍ଚା ସାଉଁଟିଥିଲେ ଭି.କେ.ପାଣ୍ଡିଆନ। ଏହାକୁ ନେଇ ସବୁ ସ୍ତରରେ ପୁଳାପୁଳା ପ୍ରଶ୍ନ ଉଠିଥିଲା । ପାଣ୍ଡିଆନଙ୍କ ହେଲିକପ୍ଚର ଖର୍ଚ୍ଚ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ସୂଚନା ମଗାଯାଇଥିଲେ ବି ତାହା ଦିଆଯାଇନଥିଲା । ଏବେ ରାଜ୍ୟ ସରକାର ଏ ନେଇ ଯାଞ୍ଚ ଆରମ୍ଭ କରିବା ପରେ ସକ୍ରିୟ ହୋଇଛନ୍ତି ସୂଚନା ଅଧିକାରୀ କର୍ମୀ । ନିୟମକୁ ଉଲଂଘନ କରି ପାଣ୍ଡିଆନ ବ୍ୟକ୍ତିଗତ କାମରେ ହେଲିକପ୍ଟର ବ୍ୟବହାର କରିବା ଅଭିଯୋଗରେ ଏତଲା ଦେବେ ବୋଲି କହିଛନ୍ତି ସୂଚନା ଅଧିକାର କର୍ମୀ । ଏଥିସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି କରିଛନ୍ତି ।
ପରିବହନ ବିଭାଗ ଆରଟିଆଇରେ ଦେଇଥିବା ତଥ୍ୟ ଅନୁସାରେ, ଚାଟାର୍ଡ ଫ୍ଲାଇଟରେ ୯-୧୦ ଥର ଓ ହେଲିକପ୍ଟରକୁ ବ୍ୟକ୍ତିଗତ ଭାବେ ୨-୩ଥର ବ୍ୟବହାର କରିଛନ୍ତି ପାଣ୍ଡିଆନ। ଏଥିସହ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଯୋଗୁଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ।
- ୨୦୨୩ ପରେ ପାଣ୍ଡିଆନ ଅଭିଯୋଗ ପତ୍ର ଆଣିବା ପାଇଁ ୨୦୦ ଶହ ଥର ଗସ୍ତ କରିଛନ୍ତି
- ଏ ନେଇ ତଥ୍ୟ ମଗାଯାଇଥିଲେ ବି ତଥ୍ୟ ମିଳିନାହିଁ
- ୨୦୧୯-୨୦୨୪ ଜିଲ୍ଲା ଗସ୍ତ ସମ୍ପର୍କରେ ତଥ୍ୟ ମିଳୁପାରୁନାହିଁ
- ୭ ଜିଲ୍ଲାରୁ ପାଣ୍ଡିଆନଙ୍କ ହେଲିପ୍ୟାଡ ପାଇଁ ତଥ୍ୟ ମିଳିଛି
- ହେଲିପ୍ୟାଡ ପାଇଁ ୫୦-୬୦ ଲକ୍ଷ ଖର୍ଚ୍ଚ ଆକଳନ
- ପ୍ରତି ହେଲିପ୍ୟାଡ ପାଇଁ ୨ରୁ ୩ ଲକ୍ଷ ଖର୍ଚ୍ଚ
- ରାଜ୍ୟ ସରକାର ୫ ବର୍ଷ ଭିତରେ ଚାଟାର୍ଡ ଫ୍ଲାଇଟରେ ୫୦ କୋଟି ୯୫ ଲକ୍ଷ ଖର୍ଚ୍ଚ କରିଛନ୍ତି
- ହେଲିକପ୍ଟରରେ ୫୨ କୋଟି ୧୮ ଲକ୍ଷ ଖର୍ଚ୍ଚ କରିଛନ୍ତି
ସୂଚନାଯୋଗ୍ୟ ଯେ, ପାଣ୍ଡିଆନ ହେଲିକପ୍ଟରରେ ଉଡିବାରେ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅଭିଯୋଗ ହୋଇ ଆସୁଛି। ଆଉ ଏହାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।