ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସି ଖବର ! କର୍ମଚାରୀଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର ।

858

କନକ ବ୍ୟୁରୋ : ଅଗ୍ନିଶମ କର୍ମଚାରୀମାନଙ୍କ ପାଇଁ ଖୁସିର ଖବର । ଅଗ୍ନିଶମ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ଅତିରିକ୍ତ ଡ୍ୟୁଟି ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ୧ ମାସର ଅଧିକ ଦରମା ଦିଆଯିବ ବୋଲି ସୂଚନା ମିଳିଛି । ଗମନାଗମନ ଭତ୍ତାକୁ ୭୫ ଟଙ୍କାରୁ ବୃଦ୍ଧି କରାଯାଇ ୧୫୦ ଟଙ୍କା କରାଯାଇଛି । ସେହିପରି ସ୍ୱତନ୍ତ୍ର ଖାଦ୍ୟ ଭତ୍ତା ମାସିକ ୭ ଶହ ଟଙ୍କାରୁ ବୃଦ୍ଧି କରାଯାଇ ୯ ଶହ ଟଙ୍କା କରାଯାଇଛି । ତେବେ ପୂର୍ବରୁ ବିଭିନ୍ନ ଦାବି ନେଇ ଅଗ୍ନିଶମ କର୍ମଚାରୀମାନେ ଆନ୍ଦୋଳନ ଡାକରା ଦେଇଥିଲେ ।