କରୋନା ମୁକାବିଲା ପାଇଁ ସରକାରଙ୍କ ନୂଆ ହେଲପଲାଇନ ନମ୍ବର ଜାରି: ୧୪୪୧୦କୁ କଲ୍ କରି ସେବା ପାଇ ପାରିବେ ଲୋକେ

ଟେଲି ଯୋଗାଯୋଗରେ ଡାକ୍ତର ଲୋକଙ୍କୁ ଦେବେ ମାଗଣା ସେବା

437

କନକ ବ୍ୟୁରୋ: ରାଜ୍ୟ ସରକାର ଜାରି କଲେ ଆଉ ଏକ ନୂଆ ହେଲପ ଲାଇନ ନଂବର । ୧୪୪୧୦ ହେଉଛି ନୂଆ ହେଲପ ଲାଇନ୍ ନଂବର । ଏହି ନଂବରକୁ କଲ୍ କରି ସେବା ପାଇ ପାରିବେ ଲୋକେ । କରୋନା ଲକ୍ଷଣ ଦେଖା ଦେଉଥିଲେ ଏହି ନଂବରରେ କଲ୍ କରନ୍ତୁ । ଫୋନ୍ ଯୋଗେ ଆପଣ ଡାକ୍ତରଙ୍କ ଠାରୁ ପରାମର୍ଶ ପାଇପାରିବେ । ରାଜ୍ୟ ଓ ଦେଶର ଡାକ୍ତରଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅପିଲ କରାଯାଉଛି । ଜନତାଙ୍କୁ ସେବା ଯୋଗାଇବା ପାଇଁ ଡାକ୍ତରଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । www.bit.ly/IndiaTeleMedରେ ଅନଲାଇନରେ ମଧ୍ୟ ଆପଣ ଘରେ ଥାଇ ପଂଜିକରଣ କରିପାରିବେ । କଫ,ଜ୍ୱର ଶ୍ୱାସ କ୍ରିୟାରେ ସମସ୍ୟା ହେଲେ ଏହି ନୂଆ ହେଲପ ଲାଇନ ନଂବରରେ କଲ୍ କରିବାକୁ ସୂଚନା ଦେଇଛନ୍ତି ରାଜ୍ୟ ସରକାର ।

ସେହିଭଳି ଏଣିକି ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ । ଆସନ୍ତା ୯ ତାରିଖ ସକାଳ ୭ରୁ ଏହି ନିର୍ଦ୍ଦେଶ କାଯ୍ୟକାରୀ ହେବ । ମୁହଁ ଓ ନାକ ଢାଙ୍କି ହେଲା ଭଳି ମାସ୍କ ବ୍ୟବହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳରେ ରୁମାଲ ଓ କପଡା ବ୍ୟବହାର କରିହେବ । ତେବେ ଏହା ଯେପରି ୨ ସ୍ତରୀୟ ବିଶିଷ୍ଟ ହେବ ଲୋକେ ତାହା ନିଶ୍ଚିତ କରିବେ ବୋଲି ପରାମର୍ଶ ଦିଆଯାଇଛି । ଜଣେ ବ୍ୟବହାର କରୁଥିବା ମାସ୍କ ଅନ୍ୟ ଜଣେ ବ୍ୟବହାର କରିପାରିବେ ନାହିଁ । ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ନେଇ ସୋମବାର ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।