ଆସିଲା ୧୩ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ବାଲେଶ୍ୱର, ଭଦ୍ରକ, ଯାଜପୁରର ୧୩ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ବାଲେଶ୍ୱରର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ୫ ଜଣ । ଅଧାରୁ ଅଧିକଙ୍କର ରହିଛି କୋଲକାତା ଲିଙ୍କ ।

921

କନକ ବ୍ୟୁରୋ: ଆସିଲା ୧୩ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ୧୩ ଜଣ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୭୦, ୭୧, ୭୨, ୭୩, ୭୪, ୭୫, ୭୬, ୭୭, ୭୮, ୭୯, ୮୦, ୮୧, ୮୨ ନମ୍ବର କରୋନା ଆକ୍ରାନ୍ତଙ୍କ ସବିଶେଷ ଗସ୍ତ ବିବରଣୀ ଦେଲେ ସରକାର ।

ଯାଜପୁର, ବାଲେଶ୍ୱର ଓ ଭଦ୍ରକର ୧୩ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର । ତେବେ ୭୦, ୭୧, ୭୨ ଓ ୭୩ ନମ୍ବର ଆକ୍ରାନ୍ତ ଯାଜପୁର ଅଞ୍ଚଳର ହୋଇଥିବା ବେଳେ ସମସ୍ତଙ୍କ ଟ୍ରାଭେଲ ଲିଙ୍କ କୋଲକାତା ରହିଛି । ଆଉ ଏ ସମସ୍ତେ କୋଲକାତାରୁ ମାର୍ଚ୍ଚ ୨୮, ୨୯ ରେ ବାହାରି ନିଜ ଘରେ ପହଞ୍ଚିଛନ୍ତି । ଦେଖନ୍ତୁ କେଉଁ କେଉଁ ସ୍ଥାନ ଦେଇ ଆସିଛନ୍ତି ଏମାନେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାଲେଶ୍ୱର ଜିଲ୍ଲାର ପ୍ରଥମ ଆକ୍ରାନ୍ତ ଅର୍ଥାତ ଆକ୍ରାନ୍ତ ନମ୍ବର ୬୧ଙ୍କ ସଂସ୍ପର୍ଶରେ ଆସି ୫ ଜଣ ସଂକ୍ରମିତ ହୋଇଛନ୍ତି । ୭୫, ୭୬, ୭୭, ୭୮, ୭୯ ନମ୍ବର ଆକ୍ରାନ୍ତ ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଗସ୍ତ ବିବରଣୀରେ ସ୍ପଷ୍ଟ କରାଯାଇଛି ।

ସେହିପରି ଭଦ୍ରକର ୩ ଆକ୍ରାନ୍ତଙ୍କ ବି ଗସ୍ତ ବିବରଣୀ କୋଲକାତା ଥିବା ସ୍ପଷ୍ଟ କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ନଜର ପକାନ୍ତୁ କେଉଁ କେଉଁ ଦିନ ସେମାନେ ପଶ୍ଚିମବଙ୍ଗରୁ ଫେରିଛନ୍ତି ।