କମିଲା ଆରଟିପିସିଆର ଟେଷ୍ଟ ମୂଲ୍ୟ : ଏଣିକି ୪ ଶହ ଟଙ୍କାରେ ଘରୋଇ ଲ୍ୟାବରେ ହେବ ପରୀକ୍ଷା

ଆରଏମଆରସି ତତ୍ୱାବଧାନରେ ପରୀକ୍ଷା ପାଇଁ ପ୍ରକାଶ ପାଇଲା ନିର୍ଦ୍ଦେଶନାମା

99

କନକ ବ୍ୟୁରୋ : ଏଣିକି ୪୦୦ ଟଙ୍କାରେ ହେବ କରୋନା ଆରଟିପିସିଆର ଟେଷ୍ଟ । ଘରୋଇ ଲ୍ୟାବରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ସରକାର । ଘରୋଇ ଲ୍ୟାବରେ ଆରଟିପିସିଆର ଟେଷ୍ଟ ପାଇଁ ସର୍ବାଧିକ ହେଉଛି ୪୦୦ ।ଜିଏସଟି ସହ ଟେଷ୍ଟ ଫି ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ସରକାର । ଆରଏମଆରସି ତତ୍ୱାବଧାନରେ ପରୀକ୍ଷା ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି ।