ସରକାରୀ ଅଫିସରଙ୍କୁ ଓଡିଆ ଭୟ! ଓଡ଼ିଆ ବଦଳରେ ଇଂରାଜୀ ଭାଷାକୁ ନେଇ କଲେ ଅଜବ ଯୁକ୍ତି , ପଚାରିଲେ କମ୍ପ୍ୟୁଟରର ଓଡ଼ିଆ ଅର୍ଥ କଣ

ସରକାରୀ ଅଫିସରଙ୍କୁ ଓଡିଆ ଭୟ! ଓଡ଼ିଆ ବଦଳରେ ଇଂରାଜୀ ଭାଷାକୁ ନେଇ କଲେ ଅଜବ ଯୁକ୍ତି , ପଚାରିଲେ କମ୍ପ୍ୟୁଟରର ଓଡ଼ିଆ ଅର୍ଥ କଣ

କନକ ବ୍ୟୁରୋ : ଓଡ଼ିଆ ଶିଖିବାକୁ ସରକାରୀ ବାବୁ ଅମଙ୍ଗ । ଓଡ଼ିଆ ଭାଷାରେ ସରକାରୀ କାମ କରିବାକୁ ଆମ ସରକାରୀ ବାବୁ କେତେ ଆଗ୍ରହୀ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଭୁବନେଶ୍ୱରରେ ‘ଓଡ଼ିଆରେ ନଥି’ ପ୍ରତିଯୋଗିତା ହୋଇଥିଲା । ସରକାରୀ ବାବୁମାନେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯେତିକି ଆଗ୍ରହ ଦେଖାଇ ନଥିଲେ, ତାଠୁ ଅଧିକ ଇଂରାଜୀ ଶବ୍ଦର ଆକ୍ଷରିକ ଓଡ଼ିଆ ପ୍ରତିଶବ୍ଦ ନେଇ ଅଜବ ଯୁକ୍ତି କରିଥିଲେ ।

publive-imageସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଓଡ଼ିଆରେ ନଥି ପ୍ରସ୍ତୁତି ପ୍ରତିଯୋଗିତାରେ କିଛି ଅଜବ ପ୍ରଶ୍ନ ରଖିଥିଲେ ସରକାରୀ ବାବୁ । ଏମିତିକି ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ‘କାର୍ଯ୍ୟାଳୟ ନଥି’ ପ୍ରସ୍ତୁତ କରିଥିବା ବ୍ୟକ୍ତି ଜାଣନ୍ତି ନାହିଁ ବୋଲି ଅଭିଯୋଗ କରିଥିଲେ । ଯାହାକୁ ନେଇ ପ୍ରାୟ ୨୦ ମିନିଟ୍ ଯାଏଁ ତୁମ୍ବିତୋଫାନ୍ ଲାଗି ରହିଥିଲା । ଆଉ ଉଦାହରଣ ଦେବାକୁ ଯାଇ ଟେଲିଫୋନକୁ କାହିଁକି ଦୂରଭାଷା ଲେଖାଯାଇ ନାହିଁ ବୋଲି ଜଣେ ଯୁକ୍ତି କରିଥିଲେ ।

ବଡ କଥା ହେଉଛି- କମ୍ପ୍ୟୁଟର ଓ ମୋବାଇଲ ଭଳି ଆଧୁନିକ ଯନ୍ତ୍ରପାତି ଆସିବା ଆଗରୁ ଓଡ଼ିଆ ଭାଷା ଥିଲା । ତେଣୁ ଏହି ସବୁ ଶବ୍ଦ ନୂଆ, ଓଡ଼ିଆ ଭାଷା ନୁହେଁ । ଯଦି ଏହି ସବୁ ଶବ୍ଦର ବୋଧଗମ୍ୟ ପ୍ରତିଶବ୍ଦ ଉପଲବ୍ଧ ହେଉନି ଏହି ଶବ୍ଦଟିରୁ ଓଡ଼ିଆରେ ଲେଖିବାରେ ଅସୁବିଧା କେଉଁଠି ? ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି-ଓଡ଼ିଆରେ ନଥି ପ୍ରସ୍ତୁତି ପ୍ରତିଯୋଗିତା ପ୍ରତି ଆମ ସରକାରୀ ବାବୁଙ୍କ ଆନ୍ତରିକତା । ୩୬ଟି ବିଭାଗରୁ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ମାତ୍ର ୭୬ ଜଣ । ଯେଉଁଥିରେ ବଡ ବଡ ଅଧିକାରୀଙ୍କ ଅପେକ୍ଷା ତଳିଆ କର୍ମଚାରୀଙ୍କ ଉପସ୍ଥାନ ଅଧିକ ଥିଲା । ୯ଟି ବିଭାଗର ତଳିଆ କର୍ମଚାରୀ ଏଥିରେ ଭାଗ ନେଇଥିବା ବେଳେ ୮ଟି ବିଭାଗରୁ ୭ରୁ ୧୦ ଜଣ ଲେଖାଏଁ ଭାଗ ନେଇଥିଲେ ।

publive-imageଗତ ଏପ୍ରିଲ ୧ ତାରିଖରୁ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ କଡ଼ା ନିର୍ଦ୍ଦେଶ ରଖିଥିଲେ ବି, ଓଡ଼ିଆ ଭାଷାରେ କେତୋଟି ସରକାରୀ କାମ ହେଉଛି- ତାହା ଯେ କେହି ବି ଅନୁମାନ କରିପାରିବ ।ଯେଉଁ କିଛି ନିର୍ଦ୍ଦିଷ୍ଟ ଶଦ୍ଦର ଓଡିଆକୁ ନେଇ ସରକାରୀ ଅଧିକାରୀ ଆପତି ଉଠାଇଛନ୍ତି, ସେହି ଶଦ୍ଦ ଗୁଡିକର ଆକ୍ଷରିକ ଓଡିଆକୁ ନିତିଦିନ ବ୍ୟବହାର କଲେ ହୁଏତ କେହି ବୁଝିପାରିବେ ନାହିଁ । ତେଣୁ ଏସବୁ ଶଦ୍ଦକୁ ବଳପୂର୍ବକ ଓଡିଆ କରି କଦର୍ଥ କରିବା ବଦଳରେ ଆମେ ଭାଷା କାର୍ଯ୍ୟକାରୀତା ଉପରେ କାହିଁକି ଗୁରୁତ୍ୱ ନଦେବା । ଏସବୁ ଶଦ୍ଦର ଓଡିଆ ଦାବି କରିବା ପଛରେ ଭିନ୍ନ କିଛି ଉଦେଶ୍ୟ ରହିଛି କି? ହୁଏତ ଏଭଳି ଆଭିମୁଖ୍ୟ ଦେଖାଇଲେ ସରକାରୀ ସ୍ତରରେ ଓଡିଆ ଭାଷା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବ ଏବଂ ହୁଏତ ସରକାରୀ ଅଧିକାରୀଙ୍କୁ ବିଳମ୍ବ କରିବା ପାଇଁ ଏକ ବାହାନା ମଧ୍ୟ ମିଳିଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe