ଦରମା ଶୀଘ୍ର ପ୍ରଦାନ କରିବା ଲାଗି ସରକାରଙ୍କ ନିଷ୍ପତ୍ତି: ମାର୍ଚ୍ଚ ଦରମା ଏପ୍ରିଲ୍ ୩ରେ ମିଳିବ...୯ ସୁଦ୍ଧା ପେନସନ୍ ପ୍ରଦାନ

ଜିଲ୍ଲାପାଳ ସମ୍ମିଳନୀ : ଲୋକସେବା ଭବନରେ ସମ୍ମିଳନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: କର୍ମଚାରୀ ଓ ବେତନଭୋଗୀମାନଙ୍କୁ ମାର୍ଚ୍ଚ ମାସର ଦରମା ଶୀଘ୍ର ପ୍ରଦାନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ୍ ୩ ସୁଦ୍ଧା ଦରମା ଏବଂ ୯ ତାରିଖ ସୁଦ୍ଧା ପେନସନ୍ ପ୍ରଦାନ କରାଯିବ। ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ ଟ୍ରେଜେରି ଅଧିକାରୀମାନଙ୍କୁ କୁହାଯାଇଛି। ଗତକାଲି ବିଧାନସଭାରେ ବ୍ୟୟ ମଞ୍ଜୁରି ବିଲ୍ ୨୦୨୦-୨୧ ପାରିତ ହେବା ପରିପ୍ରେକ୍ଷୀରେ ଏହି ନିର୍ଦେଶ ଦିଆଯାଇଛି। ଚଳିତ ମାସ ୩୧ ମଧ୍ୟରାତ୍ରୀ ସୁଦ୍ଧା ଆଇଏଫଏମଏସରେ ୨୦୨୦ ମାର୍ଚ୍ଚ ମାସର ପେନସନ୍ ବିଲ୍ ସହିତ ବକେୟାକୁ ସୃଷ୍ଟି କରିବାକୁ କୁହାଯାଇଛି। ସେହି ତଥ୍ୟ ଟ୍ରେଜେରିଗୁଡ଼ିକୁ ପ୍ରକ୍ରିୟାକରଣ ପାଇଁ ଉପଲବ୍ଧ କରାଯିବ।

ମାର୍ଚ୍ଚ ମାସର ବେତନ ବିଲକୁ ଏଚଆରଏମଏସରେ ପ୍ରସ୍ତୁତ କରାଯାଇପାରିବ ଏବଂ ପେମେଣ୍ଟ୍ ପାଇଁ ଆସନ୍ତା ଏପ୍ରିଲ୍ ୧ ସୁଦ୍ଧା ଆଇଏଫଏମଏସରେ ପ୍ରକ୍ରିୟାକରଣ କରାଯିବ। ଡିଡିଓମାନଙ୍କଠାରୁ ମେଲ୍ ଜରିଆରେ ଯେଉଁ ବିଲ୍ ଆସିଥିବ ତାହା ସେଭଳି ଏଚଆରଏମଏସରେ ବେତନ ବିଲ୍ ପ୍ରସ୍ତୁତ କରିବା ବେଳେ ଯୋଡ଼ି ହୋଇଥିବ ତାହା ନିଶ୍ଚିତ କରିବା ଲାଗି ଟ୍ରେଜେରି ଅଧିକାରୀମାନଙ୍କୁ କୁହାଯାଇଛି। ଏପ୍ରିଲ୍ ୩ରେ ବେତନ ପ୍ରଦାନ କରାଯିବ। ସେହିପରି ମାର୍ଚ୍ଚ ମାସର ପେନସନ୍ ସହିତ ବକେୟାକୁ ଯେଭଳି ପେନସନଭୋଗୀମାନେ ଏପ୍ରିଲ୍ ୯ ସୁଦ୍ଧା ପାଇପାରିବେ ତାହାକୁ ନିଶ୍ଚିତ କରିବା ଲାଗି ଟ୍ରେଜେରି ଅଧିକାରୀମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe