କନକ ବ୍ୟୁରୋ : ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । କାଲି ନବୀନ ନିବାସରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ ବିଜେଡି ମୁଖିଆ । ସୂଚନା ମିଳିଛି ବୈଠକରେ ଆଗୁଆ ନିର୍ବାଚନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେଡି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇ ନାହିଁ ।

Advertisment

କିନ୍ତୁ ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନକୁ ଓହ୍ଲାଇବେ, ତାହେଲେ ବିଜେଡି ମଧ୍ୟ ସମାନ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ । ଏହି ପଦିଏ କଥା ରାଜ୍ୟରେ ଆଗୁଆ ନିର୍ବାଚନ ହେବ ନାହିଁ ବୋଲି ସଙ୍କେତ ଦେଉଛି । ହେଲେ ରାଜନୀତି ପଣ୍ଡିତଙ୍କ ମତରେ କେନ୍ଦ୍ର ସହ ରାଜ୍ୟ ସରକାରଙ୍କ ଡିଲ ହୋଇନପାରିବାରୁ ଏବେ ଆଗୁଆ ନିର୍ବାଚନ କଥାକୁ ଏଡାଇ ଯାଉଛି ଶାସକ ଦଳ ।

ଆଗୁଆ ନିର୍ବାଚନ: ବଦଳି ଗଲା କି ବିଜେଡି ପ୍ଲାନ ?

କିଛି ଦିନ ତଳେ ଅଚାନକ ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଚର୍ଚ୍ଚା ହେଉଥିଲା ଆଗୁଆ ନିର୍ବାଚନ ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି
ପରେ ଚର୍ଚ୍ଚା ହେଲା ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ କେନ୍ଦ୍ର ପ୍ରସ୍ତୁତ ନୁହେଁ
ଦିଲ୍ଲୀ ଯାଇ ନବୀନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲା
ସଂସଦରେ ଅନାସ୍ଥା ପ୍ରସ୍ତାବ ବିରୋଧରେ ମତ ଦେଇଥିଲା ବିଜୁ ଜନତା ଦଳ
ତେଣୁ ରାଜ୍ୟର ଦାବି କେନ୍ଦ୍ର ମାନିନେବ ବୋଲି ସାଧାରଣରେ ଧାରଣା ଥିଲା
କେନ୍ଦ୍ର ରାଜି ହୋଇଥିଲେ ଅନ୍ୟ ୫ ରାଜ୍ୟ ସହ ନିର୍ବାଚନକୁ ଯାଇଥାନ୍ତା ଓଡିଶା
ପରେ ଲୋକସଭା ନିର୍ବାଚନ ହୋଇଥିଲେ ସୁବିଧାଜନକ ସ୍ଥିତିରେ ରହିଥାନ୍ତା ବିଜେଡି
ହେଲେ ଅଚାନକ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ବଦଳିଗଲା
ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସପକ୍ଷରେ ଚର୍ଚ୍ଚା ବଢାଇଲେ ମୋଦୀ ସରକାର
ଏ ସଂପର୍କରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି